ଓଡ଼ିଶାରେ ବାବୁମାନେ ଶାସନ ଚଳାଉଛନ୍ତି: ଶାହ

ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନ ଚଳାଉ ନାହାନ୍ତି। ଏଠାରେ ତଥାକଥିତ ବାବୁ ମାନେ ହିଁ ଶାସନ ଚଳାଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚୁନାହିଁ। ଏଭଳି ସ୍ଥିତିରେ ରାଜ୍ୟରେ ଦୁର୍ନୀତିର ସ୍ତର ଚରମ ସୀମାରେ ପହଞ୍ଚି ସାରିଲାଣି। ଏଭଳି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହ।

ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶାହ କହିଛନ୍ତି, ଏଠି ଓଡ଼ିଶାରେ ଲୋକତାନ୍ତ୍ରିକ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ କୋଣଠେସା କରି ବାବୁମାନେ ଶାସନ କରୁଛନ୍ତି। ଫଳରେ ଚାରିଆଡ଼େ ଭ୍ରଷ୍ଟାଚାର ବ୍ୟାପିଛି। ଲୋକଙ୍କ ଅଭିଯୋଗ ଶୁଣିବାକୁ କେହି ନାହାଁନ୍ତି।

ଏଥିଯୋଗୁ  ଜନ ଆକ୍ରୋଶ ଚରମସୀମାରେ ପହଞ୍ଚିଲାଣି। ଯାହାକୁ ନବୀନ ଏ ପର୍ଯ୍ୟନ୍ତ ସଠିକ୍ ଭାବେ ଠଉରାଇ ପାରିନାହାଁନ୍ତି। ସେହିପରି ମୋଦି ସରକାର ଅମଳରେ ଓଡ଼ିଶାକୁ ୫ ଲକ୍ଷ ୫୬ ହଜାର କୋଟି ଟଙ୍କାର ଅନୁଦାନ ମିଳିଥିଲେ ମଧ୍ୟ ପ୍ରଶାସନ ସ୍ଥାଣୁ ପାଲଟିଥିବାରୁ ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ ବୋଲି ଶାହ କହିଛନ୍ତି। ଏଥିସହିତ ନବୀନଙ୍କ ଫିଟନେସ୍ ଭିଡିଓ ଉପରେ ବି କଟାକ୍ଷ କରି ଛନ୍ତି ଶାହ। ସେ କହିଛନ୍ତି, ନବୀନଙ୍କୁ କାହିଁକି ଏଭଳି ଭିଡ଼ିଓ କରିବାକୁ ପଡ଼ୁଛି?  କାହିଁ ଆମକୁତ ସେଭଳି ଭିଡିଓ ଛାଡ଼ିବାକୁ ପଡୁନାହିଁ। ଏ ସମସ୍ତ କଥା ରାଜ୍ୟବାସୀଙ୍କୁ ବୁଝା ପଡ଼ୁଛି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like