ମହାରଥୀ ଓ ବଦ୍ରିଙ୍କୁ ନେଇ ବଢୁଛି ନବୀନଙ୍କ ଅଡୁଅା

ମନ୍ତ୍ରିମଣ୍ଡଳରୁ ବିଦା ପାଇଁ ବିରୋଧୀଙ୍କ ଦାବି ପରେ ଦଳରୁ ବି ଉଠିଲା ବିରୋଧର ସ୍ୱର

ଭୁବନେଶ୍ୱର: ପ୍ରଦୀପ ମହାରଥୀ ଓ ବଦ୍ରି ନରାୟଣ ପାତ୍ର । ଦୁଇ କ୍ୟାବିନେଟ୍ ମନ୍ତ୍ରୀଙ୍କ ପାଇଁ ଏବେ ଅଡୁଅାରେ ରାଜ୍ୟ ସରକାର। ଟେନସନ୍‌ରେ ମୁଖ୍ୟମନ୍ତ୍ରୀ । ମହାରଥୀଙ୍କ ମହିଳା ବିରୋଧୀ ମନ୍ତବ୍ୟକୁ ନେଇ ତେଜୁଛି ବିବାଦ।  ବିଜେପି ମହିଳା ମୋର୍ଚ୍ଚା ମହାରଥୀଙ୍କ ସରକାରୀ ବାସ ଭବନଠୁ ଅାରମ୍ଭ କରି ରାଜରାସ୍ତାକୁ ଓହ୍ଲାଇଛି। ଅାଉ ନବୀନ, ମହିଳା ବିରୋଧୀ ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ କରୁଛି ।

ସେପଟେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ମାରପିଟ୍ ଓ ଗିରଫଦାରି ଘଟଣାକୁ ନେଇ ଉଠୁଛି ପଡୁଛି କେନ୍ଦୁଝର ରାଜନୀତି । ଏହା ଦଳର ଇମେଜ୍ ଖରାପ କରୁଥିବାରୁ ଉଭୟଙ୍କୁ ନବୀନ ମନ୍ତ୍ରିମଣ୍ଡଳରୁ ବିଦା କରିବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ବୋହୂ ବର୍ଷାସୋନୀ ଯୌତୁକ ମାମଲାରେ ବିଜେଡିର ପାୱାରଫୁଲ ନେତା ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା।

ସେହିପରି ବିବାଦୀୟ ଅଙ୍ଗନବାଡି ମନ୍ତବ୍ୟ ଓ ବ୍ରାହ୍ମଣଙ୍କୁ ଭିକାରୀ କହି ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ ଦାମ କିନ୍ତୁ ମହାରଥୀ ଓ  ବଦ୍ରିଙ୍କ କ୍ଷେତ୍ରରେ ଏଯାଏଁ ସୁପ୍ରିମୋ ମୁହଁ ଖୋଲିନାହାନ୍ତି। ବିଜେପି ଦୁଇମନ୍ତ୍ରୀଙ୍କୁ ବିଦା କରିବା ପାଇଁ ଦାବି କରିଛି। ପୂର୍ବରୁ ମହାରଥୀ କହିଥିଲେ ସେ କିଛି ଭୁଲ୍ କରିନାହାନ୍ତି ।

ସେପଟେ ବଦ୍ରିଙ୍କ ପୁଅଙ୍କ ଗିରଫଦାରୀ ନେଇ ତାଙ୍କ ବିରୋଧରେ ଦଳ ଭିତରୁ ଉଠିଛି ସ୍ୱର। ଅାଜି ବଦ୍ରିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ। କହିଛନ୍ତି ମନ୍ତ୍ରୀମାନେ ଅାତ୍ମସମୀକ୍ଷା କରିବା ଦରକାର । ବିଜେଡି ମୁଖପାତ୍ର, ଦୁଇ ମନ୍ତ୍ରୀଙ୍କ ସୁରକ୍ଷାରେ ବାହାରିଛନ୍ତି ।

ପ୍ରଶ୍ନ ଉଠୁଛି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ନବୀନ? ଉଭୟ ମନ୍ତ୍ରୀଙ୍କ ଉପରେ ଥାର୍ଡ ଫ୍ଳୋର୍ ଅଫିସରଙ୍କ ଅାଶୀର୍ବାଦ ରହିଛି କି? ଦାମଙ୍କୁ ବିଦା କରିବା ପରେ ନବୀନ ଯେମିତି ଶାଣିତ ଅାକ୍ରମଣର ଶିକାର ହେଉଛନ୍ତି, ଦୁଇ ମନ୍ତ୍ରୀଙ୍କୁ କାଢିଲେ ସେଭଳି ସ୍ଥିତି ଉପୁଜିବା ଅାଶଙ୍କାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି କି?

You might also like