ବିଜେଡି ସରକାର ବିଭିନ୍ନ ଭ୍ରଷ୍ଟାଚାରରେ ଲିପ୍ତ ରହିଛି: ଯୋଗୀ ଆଦିତ୍ୟନାଥ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଆଜି ବିଜେପି ପାଇଁ ପ୍ରଚାର ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଡବଲ ଇଞ୍ଜିନ ମନ୍ତ୍ର ଫୁଙ୍କିଛନ୍ତି।

ଏଠାରେ ଆୟୋଜିତ ସାଧାରଣ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେବା ସହ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ।

ସେ କହିଛନ୍ତି, ଓଡ଼ିଶାରେ କ୍ଷମତାସୀନ ସରକାର ବିଭିନ୍ନ ଭ୍ରଷ୍ଟାଚାରରେ ଲିପ୍ତ ରହିଛି। ଚିଟ୍‌ଫଣ୍ଡ ଠାରୁ ଆରମ୍ଭ କରି ଟଏଲେଟ୍‌ ଦୁର୍ନୀତି ପର୍ଯ୍ୟନ୍ତ ସବୁଥିରେ ରାଜ୍ୟ ସରକାର ବୁଡ଼ିଛନ୍ତି। ପ୍ରାକୃତିକ ସଂପଦରେ ଓଡ଼ିଶା ଭରପୂର। କିନ୍ତୁ ଓଡ଼ିଶାବାସୀ ସମୃଦ୍ଧ ନୁହଁନ୍ତି। ତେଣୁ ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଶୀର୍ଷକୁ ନେବ ବୋଲି ଯୋଗୀ କହିଥିଲେ।

ସେପଟେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

You might also like