ପରଲୋକରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ଲିଭିଗଲା ଓଡ଼ିଆ ନ୍ୟଟ୍ୟଜଗତର ଉଜ୍ଜ୍ଵଳ ଜ୍ୟୋତି। ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ନାଟ୍ୟକାର ବିଜୟ ମିଶ୍ର। ଆଜି ୮୩ ବର୍ଷରେ ତାଙ୍କର ପରଲୋକ ହୋଇଛି।

ସେ ଅନେକ ଲୋକପ୍ରିୟ ନାଟକ ରଚନା କରିବା ସହିତ ସିନେମା ଓ ଧାରାବାହିକରେ ସଂଳାପ ଲେଖିଛନ୍ତି। ଲୋକପ୍ରିୟ ଧାରାବାହିକ ଶ୍ରୀଜଗନ୍ନାଥରେ ସେ ସଂଳାପ ଲେଖିଥିଲେ। ତାଙ୍କ ଦ୍ୱାରା ରଚିତ ତଟ ନିରଞ୍ଜନା ନାଟକ ବହୁ ଭାଷାରେ ଅନୁବାଦିତ ହୋଇଛି। ଏଥସହିତ ଜାଜାବର ଓ ରଜନୀ ଗନ୍ଧା ଭଳି ଫିଲ୍ମର ନିର୍ଦ୍ଦେଶନା ଭାର ମଧ୍ୟ ସାମ୍ଭାଳିଥିଲେ। ପ୍ରାୟ ୫୦ରୁ ଅଧିକ ଓଡ଼ିଆ ଫିଲ୍ମର ସ୍କ୍ରିନ୍‌ ପ୍ଲେ ଲେଖିଛନ୍ତି।

ଗାଁରେ ଏକ ନାଟ୍ୟ ଦଳ ଥିଲା। ଏହି ଦଳ ବିଭିନ୍ନ ନାଟକ ଆଦି କରୁଥିଲା। ଏହି ନାଟ୍ୟ ଦଳଟିକୁ ଦେଖି ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ଏହାପରେ ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ କରି, ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢ଼ିଥିଲେ । ପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ।

ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ଓ ମାତ୍ର ୨୧ ବର୍ଷ ବୟସରେ,ସେ ନିଜର ପ୍ରଥମ ନାଟକ, ‘ଜନନୀ’ ରଚନା କରିଥିଲେ। ଯାହା ପରେ ଚଳଚ୍ଚିତ୍ରର ରୂପ ନେଇଥିଲା।

ତାଙ୍କ ସର୍ଜନାକାଳରେ ସେ ଅନେକ ପୁରସ୍କାର ପାଇଛନ୍ତି। କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଜୟଦେବ ପୁରସ୍କାର, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଆଦି ସାମ୍ମାନରେ ସମ୍ମାନିତ ହୋଇଛନ୍ତି।

୧୯୩୬ ଜୁଲାଇ ୧୬ରେ ବିଜୟ ମିଶ୍ର ବାଲେଶ୍ୱର ଜିଲ୍ଲା ନୀଳଗିରିର ସନ୍ତରାଗଡ଼ିଆରେ ଠାରେ ଜନ୍ମଗ୍ରହଣ କରିଥିଲେ।

ତାଙ୍କ ବିୟୋଗରେ ଓଡ଼ିଆ ନାଟ୍ୟାଜଗତର ଏକ ଯୁଗର ଅନ୍ତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତାଙ୍କ ପରଲୋକ ଖବର ଶୁଣି ଓଡିଆ ସାହିତ୍ୟ ଜଗତ, ସିନେ ଜଗତ ଓ କବି ଜଗତରେ ଏକ ନିରବତା ଛାଇଯାଇଛି।

 

 

  

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

You might also like