୮ଟି ରାଜ୍ୟର ପର୍ଯ୍ୟଟନମନ୍ତ୍ରୀ ଆଜି କୋଣାର୍କ ଆସିବେ

କୋଣାର୍କ: ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ କୋଣାର୍କରେ ଆଜିଠୁ ଦୁଇ ଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ୮ଟି ରାଜ୍ୟର ପର୍ଯ୍ୟଟନମନ୍ତ୍ରୀ ଯୋଗଦେଉଛନ୍ତି। ସନ୍ଧ୍ୟା ୬ଟା ୩୦ରୁ ୭ଟା୧୫ ମଧ୍ୟରେ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରାଯିବ।

ଆଜି କୋଣାର୍କ ବୁଲି ଦେଖିବେ ପ୍ରତିନିଧି। ଏଥିରେ ଏଏସଆଇ ଡେପୁଟି ଡିଜି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟର ଉନ୍ନୟନ ପାଇଁ ଯେଉଁଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେହିପରି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ମଧ୍ୟ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି।  ଇକୋ ଟୁରିଜିମ୍ କ୍ଷେତ୍ରରେ କଣ କରାଗଲେ ଓଡ଼ିଶାର ପଦକ୍ଷପକୁ ଅନ୍ୟ ରାଜ୍ୟ ଉଦାହରଣ ଭାବେ ଗ୍ରହଣ କରିବେ ସେନେଇ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି।

You might also like