ଶ୍ରୀମନ୍ଦିର ସୁରକ୍ଷାର ହେବ ଯାଞ୍ଚ

ଅାଜି ଅାସିବେ ୩ ଜଣିଅା NSG ଟିମ୍

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ କରିବେ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ-NSG । ଅାଜି NSGର ତିନି ଜଣିଅା ଟିମ୍ ଏନେଇ ପୁରୀ ଅାସିବେ । କାଲି ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ଏନ୍ଏସ୍‌ଜିଟିମ୍  ଯାଞ୍ଚ କରିବେ ।

ମିଳିଥିବା ସୂଚନା ମୁତାବକ ମନ୍ଦିର ଭିତର ସୁରକ୍ଷାକୁ ନେଇ ମୁଖତଃ ଯାଞ୍ଚ କରିବେ ଟିମ୍ । ଏନେଇ ଅାଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଅାଯାଇଛି । ୨୦୧୭ ଅଗଷ୍ଟ ମାସରେ ମଧ୍ୟ ସମାନ ଭାବେ ଶ୍ରୀମନ୍ଦିରର ଯାଞ୍ଚ ହୋଇଥିଲା ।

You might also like