ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ସୁଜାତାନଗର ବାସିନ୍ଦା; ରଥଯାତ୍ରା ସମୟରୁ ଅଛନ୍ତି ଜଳବନ୍ଦୀ

ପୁରୀ: ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ପୌର ପରିଷଦ ୧ ନମ୍ବର ୱାର୍ଡ ସୁଜାତାନଗର ଅଞ୍ଚଳର ହଜାର ହଜାର ଲୋକ। ଗତ ରଥଯାତ୍ରା ସମୟରୁ ଏହି ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା।

ଗତକାଲି ମଧ୍ୟରାତ୍ରିରୁ ଜାତୀୟ ରାଜପଥକୁ କଟାଯାଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଘଟଣାସ୍ଥଳରେ NH ଅଧିକାରୀ, ମାଜିଷ୍ଟ୍ରେଟ୍‌ ଓ ପୁଲିସ୍‌ ଉପସ୍ଥିତ ରହି ଏନଏଚକୁ ଅସ୍ଥାୟୀ ଭାବେ କାଟିଥିଲେ। ଏହା ଫଳରେ ପାଣି ନିଷ୍କାସନ ହେଉଛି।

ଏହି ଅଞ୍ଚଳରୁ ପାଣି କମିଲେ ଦୀର୍ଘଦିନରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ। ଏଥିସହ ମୁକୁଳମିଶ୍ର ନଗର, ଗୋପୀନାଥପୁର ଅଞ୍ଚଳରେ ମଧ୍ୟ ପାଣି କମିବାର ସମ୍ଭାବନା ରହିଛି।

 

You might also like