ଭୁବନେଶ୍ୱର: ଗାନ୍ଧି ଇନ୍ଷ୍ଟିଟ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଏମ୍ବିଏ ବିଭାଗ ଓ ଏମ୍ସର ମିଳିତ ସହଯୋଗରେ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ “ରିଷ୍ଟ୍ରକ୍ଚରିଂ ପଲିସି , ପ୍ରସ୍ପେକ୍ଟ ଓ ଚ୍ୟାଲେଞ୍ଜ” ଶୀର୍ଷକ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏମ୍ସର ସଭାପତି ଡଃ. ସୁଜାତା ମଙ୍ଗରାଜ, ସମ୍ମାନୀୟ ଅତିଥି ଭାବେ ଆଇଆଇଟି ଖଡ଼ଗପୁରର ପ୍ରଫେସର ଡଃ. ରୁଦ୍ର ପି. ପ୍ରଧାନ, ଗିଫ୍ଟର ଅଧ୍ୟକ୍ଷ ଡଃ. ଏସ୍ କ୍ରିଷ୍ଣମୋହନ ରାଓ, ନିର୍ଦ୍ଦେଶକ ଇଂ. ପତିତପାବନ ପଣ୍ଡା ଓ ବିଭାଗୀୟ ମୁଖ୍ୟ ଡଃ. ମୌସୁମୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମ୍ମିଳନୀରେ ସମ୍ମାନୀୟ ଅତିଥିଙ୍କ ଦ୍ୱାରା ଏକ ସୋଭେନିଅର ଉନ୍ମୋଚିତ ହୋଇଥିଲା। ଏଥିରେ ୨୮ଟି ବୈଷୟିକ ସନ୍ଦର୍ଭ ପାଠ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ମ୍ୟାନେଜ୍ମେଣ୍ଟ ସ୍କୁଲ, ବୈଷୟିକ ଶିକ୍ଷାନୁଷ୍ଠାନ ଓ କର୍ପୋରେଟ୍ ସଂସ୍ଥାମାନଙ୍କରୁ ବହୁ ଅଭିଜ୍ଞ ପ୍ରଫେସର ଯୋଗ ଦେଇଥିଲେ।
ଉଦ୍ଘାଟନୀ ଉତ୍ସବରେ ଏମ୍ସର ଆଂଚଳିକ ଉପସଭାପତି ଡଃ ପ୍ରିତୀ ରଞ୍ଜନ ମାଝି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରେଷ୍ଠ ୩ଟି ସନ୍ଦର୍ଭ ପାଠକ/ପାଠିକାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଆବାହକ ଡଃ ବିଶ୍ୱରଂଜନ ପରିଡ଼ା, ସହ ଆବାହକା ମିସ୍ ସିପ୍ରା କର୍ମାକର, ତାନ୍ଭି ବିଦ୍ୟାଧର, ଶୁଭସ୍ମିତା ଦାସ ଓ ରେଗାତୀ ସନ୍ତୋଷି ପ୍ରମୁଖ ଛାତ୍ରଛାତ୍ରୀ ପରିଚାଳନା କରିଥିଲେ।