ସମ୍ବଲପୁରରେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ୍‌ରେ ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ନିର୍ମାଣାଧୀନ ଏକ ଫ୍ଲାଏ ଓଭର ବ୍ରିଜ୍‌ରେ ଦୁର୍ଘଟଣା ଘଟିଛି। କିନ୍ତୁ ସୌଭାଗ୍ୟବଶତଃ କାମ କରୁଥିବା ଶ୍ରମିକ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନିର୍ମାଣାଧୀନ ବ୍ରିଜ୍‌ରେ ଦୁଇଟି କ୍ରେନ୍‌ ଜରିଆରେ ଲୁହା ନିର୍ମିତ ବଡ଼ ଗାର୍ଡ ୱାଲ୍‌କୁ ପୋଲ ଉପରକୁ ଉଠାଯାଇ ପିଲର୍‌ ଉପରେ ଥିବା ବେସ୍‌ରେ ରଖାଯାଇ ଫିଟିଙ୍ଗ୍‌ କରାଯାଉଥିଲା।

କିନ୍ତୁ ଠିକ୍ ଭାବେ ଖଞ୍ଜା ହୋଇନପାରିବାରୁ ଲୁହା ଗାର୍ଡ ୱାଲ୍‌ଟି ତଳକୁ ଖସିପଡ଼ିଥିଲା। ତେବେ ତାହା କ୍ରେନ୍‌ରେ ବନ୍ଧା ଯାଇଥିବାରୁ ଏବଂ ସେହି ସମୟରେ ତଳେ କେହି ନଥିବାରୁ କାହାର କିଛି କ୍ଷତି ହୋଇନାହିଁ।

ଆଜି ଏନେଇ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।

ତେବେ ଏହାକୁ ନେଇ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ଫ୍ରାଷ୍ଟ୍ରକ୍ଚରର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like