ହସ୍ତଶିଳ୍ପ କାରିଗରଙ୍କ ପାଇଁ ସହାୟତା ଯୋଜନା

ଭୁବନେଶ୍ୱର: ରାଜ୍ୟର ହସ୍ତଶିଳ୍ପ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାରିଗର ସହାୟତା ଯୋଜନା’ ଘୋଷଣା ହୋଇଛନ୍ତି। ଯୋଜନା ଅନୁସାରେ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ ଆୟ ଥିବା ବରିଷ୍ଠ କାରିଗରଙ୍କୁ ମାସିକ ୮ଶହ ଟଙ୍କା ଲେଖାଏ ସହାୟତା ଦେବେ ରାଜ୍ୟ ସରକାର।

୮୦ ବର୍ଷରୁ ଅଧିକ ବୟସ୍କ କାରିଗରଙ୍କୁ ହଜାରେ ଟଙ୍କା ସହାୟତା ମିଳିବ। ଏଥିପାଇଁ ସର୍ବନିମ୍ନ ୧୦ବର୍ଷ କାରିଗର ଭାବେ କାର୍ଯ୍ୟ କରିଥିବା ଆବଶ୍ୟକ। ହିତାଧିକାରୀ ଚୟନ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧୀନରେ ଚୟନ କମିଟି ଗଠନ କରାଯିବ। ହିତାଧିକାରୀ ଚୟନ ପରେ ବିଡିଓଙ୍କ ଜରିଆରେ ସହାୟତା ପ୍ରଦାନ କରାଯିବ। ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟକ୍ରମର ନୋଡାଲ ଡିପାର୍ଟମେଣ୍ଟ ଭାବେ କାର୍ଯ୍ୟ କରିବେ ବୋଲି ନବୀନ ଘୋଷଣା କରିଛନ୍ତି।

You might also like