ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଶୁଭ ସଙ୍କେତ ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ। ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ନନ୍ଦନକାନନ। ଖୋଲିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନନ୍ଦନକାନନ ବଟାନିକାଲ ଗାର୍ଡେନ ମଧ୍ୟ ୪ରୁ ଖୋଲିବ।

ନନ୍ଦନକାନନ ଖୋଲିବା ନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡ଼ାଯିବ, ତର୍ଜମା ଚାଲିଛି। ମାସ୍କ ପିନ୍ଧିନଥିବା କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବନି।

ଉଭୟ ଅନଲାଇନ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ। ଅଫ୍ ଲାଇନରେ ଟିକେଟ ନେବାକୁ ଧାଡ଼ି ନୁହେଁ, ଜଣ ଜଣକୁ ଦିଆଯିବ। ପର୍ଯ୍ୟଟକମାନଙ୍କ ଥର୍ମାଲ ସ୍କାନିଂ ହେବ, ଏନକ୍ଲୋଜର ଛୁଇଁବା ମନା କରାଯାଇଛି।

କରୋନା କଟକଣା ପାଇଁ ଦୀର୍ଘଦିନରୁ ବନ୍ଦ ନନ୍ଦନକାନନ ରହିଥିଲା। ଗତକାଲି ମନ୍ତ୍ରୀ ପର୍ଯ୍ୟଟନସ୍ଥଳୀ ଖୋଲିବା ନେଇ ଗ୍ରୀନ୍ ସିଗନାଲ ଦେଇଥିଲେ।

 

You might also like