ନନ୍ଦନକାନନରେ ପଡ଼ିଲା ତାଲା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଡ଼ିଲା ତାଲା। ମାସକ ମଧ୍ୟରେ ୪ଟି ହାତୀଙ୍କ ମୃତ୍ୟୁକୁ ନେଇ ଜୋରାଦାର ବିରୋଧ ପରେ ପ୍ରାଣୀ ଉଦ୍ୟାନରେ ତାଲା ପଡ଼ିଛି।।

ଆଜି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମ୍ମୁଖରେ ଶହ ଶହ କର୍ମୀ ଧାରଣାରେ ବସିଛନ୍ତି। ପ୍ରାଣୀ ଉଦ୍ୟାନ ନିକଟରେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ରହିଛି। ଏହା ହିଁ ହାତୀଙ୍କୁ ସଂକ୍ରମଣର ମୁଖ୍ୟ କାରଣ ବୋଲି କୁହାଯିବା ସହ ଏହାକୁ ସ୍ଥାନାନ୍ତରଣ କରିବାକୁ ଦାବି ହୋଇଛି। କାରଣ ଡମ୍ପିଂୟାର୍ଡ ଯୋଗୁ ହିଁ ରୋଗ ବ୍ୟାପୁଥିବା ସୁର ଅଭିଯୋଗ କରିଛନ୍ତି।

ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ସେପଟେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ତାଲା ପକାଇଛନ୍ତି କର୍ତ୍ତୃପକ୍ଷ।

ଅନ୍ୟପକ୍ଷରେ ଏବେ ବାକି ହାତୀଙ୍କ ଚିକିତ୍ସା ଚାଲିଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ ଦାଶ କହିଛନ୍ତି। ଗତ ମାସକ ମଧ୍ୟରେ ହରପିସ୍ ଭୂତାଣୁ ସଂକ୍ରମଣରେ ନନ୍ଦନକାନନରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

You might also like