କାଲିଠୁ ନନ୍ଦନକାନନ ବନ୍ଦ
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ଷ୍ଟେଟ୍ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ଏ ନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସେହିପରି ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଥିଲେ। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ କରିବାକୁ ଘୋଷଣା ହୋଇଛି।