୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ପୁରୀ: ପାଖାପାଖି ୩ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଭୋର୍ ୪ଟା ୪୫ରୁ ନାଗାର୍ଜୁନ ବେଶ ଆରମ୍ଭ ହେବାର ଥିଲା, ହେଲେ ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ସକାଳ ୭ଟାରୁ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସିଂହାରୀ, ଖୁଣ୍ଟିଆ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ଏହି ବିବାଦ ସୃଷ୍ଟି ହୋଇଥିଲା।ଅଧତ୍କ ସେବାୟତ ନିୟୋଜିତ ହେବା ନେଇ ମଧ୍ୟ ବିବାଦ ହୋଇଥିଲା। ଶେଷରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ପରେ ୩ ଘଣ୍ଟା ବିଳମ୍ବରେ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିଲା।

ପଢ଼ନ୍ତୁ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ଅବକାଶ ଓ ମଇଲମ ନୀତି ପରେ ଚାଲିଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ।

 

You might also like