ନାଗାର୍ଜୁନ ବେଶ ପାଇଁ ଖୋଲିବ କି ଶ୍ରୀମନ୍ଦିର ?

ପୁରୀ: ନଭେମ୍ବର ୧ରୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ। ତା’ସହ ସେହି ମାସ ୨୭ରେ ପଡୁଛି ଦୁର୍ଲଭ ନାଗାର୍ଜୁନ ବେଶ। ତେଣୁ ଶୀଘ୍ର ଶ୍ରୀମନ୍ଦିର ଖୋଲିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଆତୁର ହେଲେଣି। ହେଲେ କରୋନାର କୋପ କମି ନଥିବାରୁ ଅଧିକାଂଶ ସେବାୟତ ନିଯୋଗ ମନ୍ଦିର ନଖୋଲିବାକୁ ମତ ରଖିବା ସହ ଅନଲାଇନ୍‌ରେ ପତିତପାବନଙ୍କ ଦର୍ଶନ ବ୍ୟବସ୍ଥା କରାଇବାକୁ କହିଛନ୍ତି। ହେଲେ ଛତିଶା ନିଯୋଗ ନାୟକ ଏବଂ ଆଉ କିଛି ସେବାୟତ କିନ୍ତୁ ନାଗାର୍ଜୁନ ବେଶ ପୂର୍ବରୁ ପରୀକ୍ଷାମୂଳକ ଭାବେ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦୀର୍ଘ ୨୬ ବର୍ଷର ବ୍ୟବଧାନ ପରେ ପଡ଼ୁଛି। ପୁଣି ଥରେ ରତ୍ନସିଂହାସନରେ ଏହି ଦିବ୍ୟ ବେଶରେ ଠାକୁରଙ୍କ ସାନିଧ୍ୟ ନେବାକୁ ମନପ୍ରାଣ ଏକ କରି ଚାତକ ଭଳି ଚାହିଁଛନ୍ତି ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ। ହେଲେ କରୋନାର କରାଳ କାୟା ଭିତରେ କଣ ଏ ସୁଯୋଗ ମିଳିବ? ତାକୁ ନେଇ ଦ୍ୱନ୍ଦ ଓ ସନ୍ଦେହ ଲାଗି ରହିଛି। କାରଣ କୋଭିଡ୍ ସଂକ୍ରମଣ ଡରରେ ଏଥର ବିନା ଭକ୍ତରେ ନାଗାର୍ଜୁନ ବେଶ ଅନୁଷ୍ଠିତ କରାଇବାକୁ ଅଧିକାଂଶ ସେବାୟତ ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରସ୍ତାବ ରଖିଛନ୍ତି।

ହେଲେ ଭକ୍ତଙ୍କ ଭାବାବେଗକୁ ଦେଖି ସିଂହଦ୍ୱାର ପ୍ରବେଶ ପଥରେ ବିରାଜିତ ପତିତପାବନଙ୍କ ନାଗାର୍ଜୁନ ବେଶକୁ ଅନ୍‌ଲାଇନ୍‌ରେ ଦର୍ଶନ ବ୍ୟବସ୍ଥା ଉପରେ ମତ ଦେଇଛନ୍ତି ସେବାୟତ। ତାସହ ଭକ୍ତଙ୍କୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଛଡ଼ାଯିବାକୁ ବି ମତ ବ୍ୟକ୍ତ କରିଛନ୍ତି।

ତେବେ ନାଗାର୍ଜୁନ ବେଶ ଆହୁରି ମାସେରୁ ଅଧିକ ସମୟ ଥିବାରୁ ଏବେଠୁ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ କିଛି କିଛି ଭକ୍ତଙ୍କୁ ପରୀକ୍ଷାମୂଳକ ଭାବେ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ଛତିଶା ନିଯୋଗ ନାୟକ। କେତେକ ସେବାୟତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍କର୍ସ ପରେ ହିଁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ସେପଟେ ନଭେମ୍ବର ୧ରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ ହବିଷ୍ୟାଳି ହୁଅନ୍ତୁ କି କାର୍ତ୍ତିକବ୍ରତ ଧାରୀ ସମସ୍ତେ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆତୁର ହେଲେଣି। ହେଲେ ଏଣେ କିନ୍ତୁ କରୋନା କାୟା ଭିତରେ ମନ୍ଦିର ଖୋଲିବା ଠିକ୍ ହେବ କି ନାହିଁ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ୯ରୁ ୧୬ ତାରିଖ ମଧ୍ୟରେ ସେବାୟତ ନିଯୋଗ ମାନଙ୍କ ସହ ଯେତୋଟି ଭର୍ଚୁଆଲ୍ ମିଟିଂ ହୋଇଛି ସବୁଥିରେ ମନ୍ଦିର ନଖୋଲିବାକୁ ମତ ଆସିଛି। ହେଲେ ଛତିଶା ନିଯୋଗ ନାୟକ କିନ୍ତୁ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି ଯେ,କାର୍ତ୍ତିକ ମାସ ଆରମ୍ଭରୁ ମନ୍ଦିର ଖୋଲି ପ୍ରଥମେ ସେବାୟତ ପରିବାର, ତାପରେ ପୁରୀ ବାସିନ୍ଦା ଓ ଶେଷରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତଙ୍କୁ କୋଭିଡ୍ ନିୟମ ଅନୁସାରେ ଦର୍ଶନ ସୁଯୋଗ ଦିଆଯାଉ।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like