ଆସୁଛି ନାଗାର୍ଜ୍ଜୁନ ବେଶ; ଅପୂର୍ବ ବେଶ ଦର୍ଶନ କରିବେ ତ ଭକ୍ତ ?

ପୁରୀ: କରୋନା ଭିତରେ ହଜି ଯାଇଛି ସବୁ ପର୍ବପର୍ବାଣୀ, ପରମ୍ପରା । ଯଦି କରୋନା ଔଷଧ ବା ଟିକା ନ ବାହାରେ ତେବେ ଆଗକୁ ସ୍ଥିତି ଏମିତି ଲାଗି ରହିବ। ଚଳିତ ବର୍ଷର ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରୁ ଦୁଃଖ ଲିଭିନି। କାରଣ ମହାପ୍ରଭୁ ନବ ଦିନାତ୍ମକ ଯାତ୍ରାରେ ଆସିଲେ କିନ୍ତୁ ଭକ୍ତ ତାଙ୍କର ଚର୍ମ ଚକ୍ଷୁରେ ଦର୍ଶନ ପାଇଲେନି। ଆଗକୁ ଆସୁଛି ନାଗାର୍ଜ୍ଜୁନ ବେଶ। ଯଦି ସ୍ଥିତିରେ ପରିବର୍ତ୍ତନ ନ ଆସେ ତେବେ ଭକ୍ତ କ’ଣ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶ ଦର୍ଶନରୁ ବଞ୍ଚିତ ହେବେ ? ଏମିତି ପ୍ରଶ୍ନ ସମସ୍ତଙ୍କୁ ଘାରିଛି।

ଚଳିତ ବର୍ଷ କାର୍ତ୍ତିକ ମାସରେ ପଡୁଛି ନାଗାର୍ଜ୍ଜୁନ ବେଶ। ନଭେମ୍ବର ୨୭ରେ ମହାପ୍ରଭୁଙ୍କୁ ନାଗାର୍ଜୁନ ବେଶରେ ଦେଖିବାର ସୁଯୋଗ ମିଳିବ ଭକ୍ତଙ୍କୁ। ଦୀର୍ଘ  ୨୬ ବର୍ଷ ପରେ ଏହି ବେଶ ପଡୁଥିବାରୁ ସାଧାରଣ ଜନତା ଓ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି  । ହେଲେ ଭକ୍ତଙ୍କର ଏହି ମନୋବାଞ୍ଛା ପୂରଣ ହେବ ତ ?

କାରଣ କୋଭିଡ କଟକଣା ଭିତରେ ତ ଏହା ସମ୍ଭବ ହେବନି।  ରଥଯାତ୍ରା ଏଇ କଟକଣା ଭିତରେ ସରିଗଲା। ଆଗକୁ ଯଦି ସ୍ଥିତି ନ ବଦଳେ ତେବେ ବିନା ଭକ୍ତିରେ ନାଗାର୍ଜ୍ଜୁନ ବେଶ ହେବ । ତେବେ ସ୍ଥିତିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି ନେବେ।

ସୂଚନାଥାଉ କି, ୧୯୯୪ ମସିହାରେ ଶେଷ ଥର ପାଇଁ ଏହି ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା  ସେତେବେଳେ ବ୍ୟବସ୍ଥାଗତ ତ୍ରୁଟି ପରିଲକ୍ଷିତ ହୋଇଥିଲା । ହେଲେ ଭକ୍ତମାନେ ଏଥର ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିବାକୁ ବେଶ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି।

 

You might also like