ନବରଙ୍ଗପୁର: ପ୍ରତି ଶନିବାର ଓ ରବିବାର ନବରଙ୍ଗପୁର ଜିଲ୍ଲାରେ ହେବ ସଟ୍ଡାଉନ୍। କରୋନା ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏହି ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ପ୍ରତି ଶନିବାର ଓ ରବିବାର ପୂରା ଜିଲ୍ଲା ସଟ୍ଡାଉନ୍ ରହିବ।
ଜୁଲାଇ ୩୧ ଯାଏ ଏହି ସଟ୍ଡାଉନ୍ କରାଯିବ। ବାକି ଦିନ ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲା ରହିବ। ଦୋକାନ ବଜାର କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।
ଧାର୍ମିକ ସ୍ଥଳୀ, ସପିଂ ମଲ, ଜିମ୍, ରାଜନୈତିକ ରାଲି, ସିନେମା ହଲ୍ ଓ ବିଭିନ୍ନ ଉତ୍ସବକୁ ବନ୍ଦ ରଖାଯାଇଛି। ନବରଙ୍ଗପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୧ ଏମାନଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇଛନ୍ତି ଆକ୍ଟିଭ କେସ୍ ୨୬ ରହିଛି।