ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ କରୋନା

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ସଂକ୍ରମିତ ହୋଇଥିବା ନେଇ ନିଜେ ସାଂସଦ ସୋସିଆଲ ମିଡିଆରେ ଏହା ଜଣାଇଛନ୍ତି। ଏବେ ସେ ହୋମ୍‌ ଆଇସୋଲେସନରେ ଅଛନ୍ତି।

ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସାଂସଦ ପରାମର୍ଶ ଦେଇଛନ୍ତି।

ସୂଚନାଥାଉ କି, କିଛିଦିନ ତଳେ ବରଗଡ଼ ସାଂସଦ ସୁରେଶ ପୂଜାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

You might also like