ପିଲା ଅଧାରୁ ସ୍କୁଲ୍‌ ଛାଡ଼ିବା ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: ପିଲା ଅଧାରୁ ସ୍କୁଲ ଛାଡ଼ିବା ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ । ନବରଙ୍ଗପୁର ତଳକୁ ମାଲକାନଗିରି ରହିଥିବା ବେଳେ ଗଜପତି ରହିଛି ୩ୟ ସ୍ଥାନରେ । ଗତବର୍ଷ ନବରଙ୍ଗପୁରରେ ଡ୍ରପଆଉଟ ହାର ଥିଲା ୧୧.୨୧ । ଆଉ ଏବର୍ଷ ନବରଙ୍ଗପୁରରେ ଡ୍ରପଆଉଟ ହାର ରହିଛି ୧୩.୩୫% । ସେହିଭଳି ମାଲକାନଗିରିରେ ୧୩% ଓ ଗଜପତି ଜିଲ୍ଲାରେ ୯.୩୮% ଡ୍ରପଆଉଟ ହାର ରହିଛି  ।

ରାଜ୍ୟର ଚଳିତ ବର୍ଷ ଡ୍ରପଆଉଟ୍ ହାର ୪.୭୫ ପ୍ରତିଶତ ରହିଥିବା ବେଳେ ୨୦୨୮19 ରେ ଡ୍ରପ ଆଉଟ ହାର ଥିଲା ୬.୩୯ ପ୍ରତିଶତ। ଏସମ୍ପର୍କିତ ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଧାନସଭାରେ ମନ୍ତ୍ରୀ ସମୀର ଦାଶ ଏପରି ଉତ୍ତର ରଖିଛନ୍ତି । ତେବେ ଏହି ତାଲିକାରେ ପଛକୁ ପଛ କୋରାପୁଟ, ମୟୂରଭଂଜ, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼ ରହିଛନ୍ତି ।

You might also like