ଅନ୍‌ଲାଇନ୍‌ରେ ଦେଖିପାରିବେ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ଦୃଶ୍ୟ

ଲମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ହେବାକୁ ଥିବା ନବାନ୍ନ ଲାଗି ସମୟର ଦୃଶ୍ୟ ଅନ୍‌ଲାଇନ୍‌ରେ ପ୍ରସାରିତ ହେବ। କରୋନା କଟକଣା ଯୋଗୁଁ ଏଥର ଏହି ନିଷ୍ପତ୍ତି ନେଇଛି ସମଲେଶ୍ୱରୀ ମନ୍ଦିର ପରିଚାଳନା କମିଟି।

ଏଥିପାଇଁ ମନ୍ଦିର ନିକଟକୁ ନ ଆସିବା ଲାଗି ଭକ୍ତଙ୍କୁ ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଆସନ୍ତା କାଲି ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି କରାଯିବ।

You might also like