ଚାଷୀଙ୍କ ପେନ୍‌ସନ୍ ଦାବିରେ ରାଲି

ନବୀନ ନିବାସ ଘେରାଉ ପାଇଁ ଶୋଭାଯାତ୍ରା

ଭୁବନେଶ୍ୱର : ଚାଷୀଙ୍କ ପ୍ରାଇସ୍, ପେଷ୍ଟିଜ୍, ପେନ୍‌ସନ୍ ଦାବିରେ ଗର୍ଜିଲେ ନବନିର୍ମାଣ ଯୁବ ଛାତ୍ର ସଂଗଠନ। ଦୀର୍ଘ ସମୟ ଧରି ଚାଷୀଙ୍କ ହକ୍ ପାଇଁ ଦାବି କରି ଆସୁଥିଲେ ବି ରାଜ୍ୟ ସରକାର ଏନେଇ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।

ଏନେଇ ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ସହିଦନଗର ନିକଟରେ ତାଙ୍କୁ ଅଟକାଇଥିଲେ ପୁଲିସ। ହେଲେ ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

You might also like