ବିଜେଡିର ଜନ ସଂପର୍କ ପଦଯାତ୍ରାକୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ

ଭୁବନେଶ୍ୱର: ବିଜେଡିର ଜନ ସଂପର୍କ ପଦଯାତ୍ରା ବେଳେ ନବ ନିର୍ମାଣ କୃଷକ ସଂଗଠନର ବିରୋଧ। କୁଜଙ୍ଗ ବ୍ଲକ୍‌ର ଫତେପୁରଠାରେ ବିଜେଡି ସମାବେଶକୁ ଦଳୀୟ ନେତା ଯାଉଥିବା ବେଳେ ଘୋଡାମରାଠାରେ ରାସ୍ତା ଅବରୋଧ କରି ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଦାବିପତ୍ର ଦେଇଥିଲେ।

ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା କୃଷକମାନଙ୍କର ଦାବି ପୂରଣ କରା ନ ଗଲେ ଡିସେମ୍ବର ମାସରୁ ଆଉ କୌଣସି ନେତାମାନଙ୍କୁ ଗାଁରେ ପୂରାଇ ଦିଆଯିବନାହିଁ ବୋଲି ସଂଗଠନର ସଦସ୍ୟ ଚେତାବନୀ ଦେଇଛନ୍ତି।

ବିଜେଡି ଶୋଭାଯାତ୍ରାରେ ସାଂସଦ କୁଳମଣି ସାମଲ, ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

You might also like