ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାୟକ ପଦ ଛାଡିଲେ ନବ କିଶୋର ଦାସ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ବିଧିବଦ୍ଧ ଭାବେ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ନବ, ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ତେବେ ବାଚସ୍ପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି।

କଂଗ୍ରେସରୁ ଇସ୍ତଫା ଦେବା ପରେ ନବ ଗତ ୨୪ ତାରିଖରେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ।

ଗତ ଜାନୁଆରୀ ୧୬ ତାରିଖ ଦିନ ନବ କିଶୋର ଦାସ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ଯୋଗ ଦେବାନେଇ ଚର୍ଚ୍ଚା ଜୋର ଧରିଥିଲା।

You might also like