କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ

ଭୁବନେଶ୍ୱର  : ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।

ସେ ନିଜ ଇସ୍ତଫା ପତ୍ର AICC ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିଜ ଅଞ୍ଚଳର ଭୋଟରଙ୍କ ମତାମତକୁ ସମ୍ମାନ ଜଣାଇ ସେ ଏଭଳି ନିଷ୍ପତ୍ତି ନେଇଥିବା ଲେଖିଛନ୍ତି।

ନିଜ ଅଞ୍ଚଳର ବିକାଶ ଲାଗି ଆସନ୍ତା ନିର୍ବାଚନ ସେ ବିଜେଡିରୁ ଲଢନ୍ତୁ ବୋଲି ଲୋକେ ଚାହୁଁଛନ୍ତି ନବ ଦର୍ଶାଇଛନ୍ତି।  ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ସେ ଏ ସଂପର୍କରେ ଜଣାଇବେ ବୋଲି ଉଲ୍ଲେଖ କରିଛନ୍ତି।

ଅଞ୍ଚଳର ବିକାଶ ତାଙ୍କର ଏକମାତ୍ର ଲକ୍ଷ୍ୟ ,ଏହାକୁ ପୂରଣ ଲାଗି ସେ ନବୀନଙ୍କ ସହ ହାତ ମିଳେଇବାକୁ ଚାହାନ୍ତି ବୋଲି ଲେଖିଛନ୍ତି। ସେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ।

You might also like