ଆଜି ବିଜେଡିରେ ଯୋଗ ଦେଇପାରନ୍ତି ନବ ଦାସ

ଭୁବନେଶ୍ୱର: ଆଜି ବିଜେଡିରେ ଯୋଗ ଦେଇପାରନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ଆଜି ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି।

ଅମଲିପାଲି ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ଦଳୀୟ ସମାବେଶରେ ଯୋଗଦେବେ। ଏହି ଅବସରରେ ନବ ଦାସ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି।

ଗତ ଜାନୁଆରୀ ୧୬ ତାରିଖ ଦିନ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ସେପଟେ ଆଜି ବଲାଙ୍ଗିରରେ ଆଞ୍ଚଳିକ ବିଜୁ ଯୁବବାହିନୀ ସମାବେଶ ଆୟୋଜିତ ହେବ। ଏଥିରେ ୪ଟି ଜିଲ୍ଲାର ୩୦ ହଜାର ଯୁବକ ଯୋଗଦେବେ। ରାଜେନ୍ଦ୍ର କଲେଜ ପଡିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

You might also like