• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ୩ ଦିନ ହେଲାଣି ହାଇଦରର ଗନ୍ଧ ବି ପାଉନି ପୋଲିସ
  • ଗ୍ୟାଙ୍ଗଷ୍ଟରକୁ ଫେରାର୍ କରାଇବାକୁ ହୋଇଥିଲା କି ଷଡ଼ଯନ୍ତ୍ର ?
  • କାଠଗଡ଼ାରେ ପୋଲିସ, ଜେଲ୍ ଓ ଏସସିବି କର୍ତ୍ତୃପକ୍ଷ
  • ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

କଟକ: ଆକସ୍ମିକ ନୁହେଁ, ବରଂ ଏସସିବିରୁ ଖସିଯିବାକୁ ସୁପରିକଳ୍ପିତ ଯୋଜନା କରିଥିଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର। କିଏ କହୁଛନ୍ତି ସେ ଏବେ ସୀମା ଡେଇଁ ଓଡ଼ିଶା ପାର୍, ତ ଆଉ କିଏ ସେ ବାଂଲାଦେଶ ପଳାଇଛି। ହେଲେ କାହା ସାହାରରେ ଖସିଗଲା ସେ ? ତାର ମାଷ୍ଟରପ୍ଲାନରେ କେଉଁ ମାନଙ୍କ ଥିଲା ସହଭାଗିତା ? ଏମିତି କେଉଁ ଗୁରୁତର ରୋଗ ଥିଲା ଯେ, ତାକୁ ବୁର୍ଲାରୁ ଏସସିବି ଆଣିବାକୁ ପଡ଼ିଲା ? ୩ ଦିନ ଧରି ସମସ୍ତଙ୍କ ମନରେ ଘୁରିବୁଲୁଥିବା ଏମିତି ଏକାଧିକ ପ୍ରଶ୍ନ। ଏହି ପ୍ରଶ୍ନର କେହି ଉତ୍ତର ଦେଉଛନ୍ତି ନା ଅପରେସନ୍ ହାଇଦରକୁ ନେଇ ଓଡ଼ିଶା ପୋଲିସକୁ ସଫଳତା ମିଳୁଛି। ଏସବୁ ଭିତରେ ଆଜି ସାମ୍ନାକୁ ଆସିଥିବା ଆଉ କିଛି ରୋଚକ ତଥ୍ୟ ମେଡ଼ିକାଲ୍ କର୍ତ୍ତୃପକ୍ଷ ଏବଂ ପୋଲିସକୁ କାଠଗଡ଼ରରେ ଠିଆ କରୁଛି। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ- ପ୍ରତ୍ୟାରୋପ୍।

ହାଇଟେକ୍ ବୁଦ୍ଧି ଖଟାଇ ଚକମା ଦେଇଥିବା ହାଇଦର୍ ଗଲା କୁଆଡ଼େ ? ୩ ଦିନ ହେଲା ହାଇଦର ପାଇଁ ହାଇପାଇଁ ପୋଲିସ। ଅଥଚ ନା ହାଇଦରର ସୁରାଗ୍ ମିଳୁଛି ନା ମୁହଁ ଖୋଲୁଛନ୍ତି ପୋଲିସ ମୁଖିଆ। ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରି ସତେ ଯେମିତି ନିର୍ବିକାର୍ ସମସ୍ତେ। କାରଣ ଏହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ହାଇଦରର ଯୋଜନା ନଥିଲା ଅକସ୍ମାତ। ୧୭ ଦିନ ଧରି ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ। ସେହି ଆଧାରରେ ଖସିଗଲା ଏହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର। ମାର୍ଚ୍ଚ ୨୩ରେ ବୁର୍ଲାରୁ ଆସି ଏସସିବିରେ ଭର୍ତ୍ତି ହୋଇଥିଲା ହାଇଦର୍। ହାଇଦର ହିଁ ମାଗିଥିଲା କ୍ୟାବିନ। ଆଉ ଚିକିତ୍ସା କରୁଥିବା ଡାକ୍ତର ବି ସହଜରେ କରିଦେଇଥିଲେ ସୁପାରିଶ। ଏମିତିକି ତତକ୍ଷଣାତ୍‌ କ୍ୟାବିନ୍ ଦେବାକୁ ମେଡ଼ିକାଲ ଅଧିକ୍ଷକ ବି ରାଜି ହେଲେ ବୋଲି କହିଛନ୍ତି ଏସସିବି ଇମରଜେନ୍ସି ଅଫିସର। ହାଇଦରର ଡାଇବେଟିସ୍ ନିୟନ୍ତ୍ରଣକୁ ଆସିଥିଲେ ତାର ହାଇଡ୍ରୋସିଲ୍ ଅପରେସନ ହୋଇଥାନ୍ତା ବୋଲି ସେ କହିଛନ୍ତି। ତାସହ ସ୍ୱୀକାର କରିଛନ୍ତି ହାଇଦରର ଏସସିବିରେ ଭର୍ତ୍ତି ହେବା ନେଇ ପୋଲିସକୁ କୁହାଯାଇନଥିଲା। ନିଖୋଜ ପରେ ଯାଇ ଅବଗତ କରାଯାଇଥିଲା ।

ଦୀର୍ଘ ଦିନ ଧରି ହାଇଡ୍ରୋସିଲ୍ ସମସ୍ୟା ସହ ଯୁଝୁଥିବା ହାଇଦର ଥରେ କି ଦୁଇ ଥର ନୁହେଁ। ଏ ବର୍ଷ ଜାନୁୟାରୀ ୧୯, ଫେବ୍ରୁୟାରୀ ୨୩ ଏବଂ ମାର୍ଚ୍ଚ ୨୩ରେ ଏସସିବି ଆସିଛି ସେ। ଏଠି ପ୍ରଶ୍ନ ଉଠୁଛି, ବୁର୍ଲା ମେଡ଼ିକାଲରେ କଣ ହାଇଡ୍ରୋସିଲର ଚିକିତ୍ସା ସୁବିଧା ନାହିଁ ? ଯଦି ଅଛି, ତେବେ ବାରମ୍ବାର କାହିଁକି ଏସସିବି ଅଣାଯାଉଥିଲା ତାକୁ ? ଆଶଙ୍କା କରାଯାଉଛି, ଏଭଳି ବାରମ୍ବାର ଚିକିତ୍ସା ଆଳରେ ଏସସିବିକୁ ଆସି କିଛି ପ୍ଲାନ୍‌ କରିଥାଇପାରେ ହାଇଦର। ତେଣେ ଆଜିକୁ ୩ ଦିନ ବିତିଯାଇଥିଲେ ବି କୌଣସି ଥଳକୂଳ ପାଉନି ପୋଲିସ। ଏପରିକି ଏସସିବି ସର୍ଜରୀ ବିଭାଗର ସିସିଟିଭି ଫୁଟେଜରେ ବି କୌଣସି ଖବର ନାହିଁ। ଅଥଚ ୬ ଜଣ ତଳିଆ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରି ଯିଏ ଯାହା ବାଟରେ ରହିଛନ୍ତି। ଏବେ କେବଳ ହାଇଦରର ସହଯୋଗୀ ସଲ୍ଲୁ ଓରଫ୍ ୟାକୁବକୁ ଧରି ଅପରେସନ୍ ହାଇଦରର ସଫଳତା ଆଶା କରୁଛି ପୋଲିସ। ସଲ୍ଲୁ କୁଆଡ଼େ ହାଇଦର୍ ଫେରାର୍ ଷଡ଼ଯନ୍ତ୍ରରେ ସାମିଲ ଥିବା ସ୍ୱୀକାର କରିଛି। ତାକୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି କଟକ ଡିସିପି କହିଛନ୍ତି।

ଏଣେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସିଧାସଳଖ ଏହାକୁ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ପ୍ରଥମେ ଏସଟିଏଫ୍ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଯେଉଁ ୫ରୁ ୬ ଅଫିସର ମିଟିଂ କରୁଛନ୍ତି ଡିଜି ଅଫିସରେ, ସେମାନଙ୍କୁ ନିଜ ଦୋଷ ସ୍ୱୀକାର କରିବାକୁ ପଡିବ ବୋଲି ବିଜୟ କହିଛନ୍ତି। ସାଧାରଣ ରୋଗୀକୁ ବେଡ଼ ମିଳୁନଥିବାବେଳେ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ କ୍ୟାବିନ କେମିତି ମିଳିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସେ। ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ବିଜେଡି ଏହାର ଜବାବ ରଖିଛି। ସମ୍ବଲପୁର ପୋଲିସ୍ ରୁ ନେଇ କଟକ ପୋଲିସ୍, ତା ସହିତ ଗୁଇନ୍ଦା ବିଭାଗ ସମସ୍ତଙ୍କ ଆଖିରେ ଧୁଳି ପକାଇ ଗାଏବ ହୋଇଗଲା ଗ୍ୟାଙ୍ଗଷ୍ଟର ହାଇଦର। ଏବେ ଅପେକ୍ଷା ଏ ଅପବାଦରୁ ଓଡ଼ିଶା ପୋଲିସ୍ କେବେ ମୁକୁଳୁଛି ଓ କିଛି ବଡ଼ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ନାହିଁ।

Mystery-deepens-over-gangster-hyders-escape-into-thin-air
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories