ପୁଣି ଅଜଣା ଜନ୍ତୁ ଆତଙ୍କ; ଟାର୍ଗେଟ୍‌ରେ ଛେଳି, କୁକୁଡ଼ା,ଗୋରୁ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଅଜଣା ଜନ୍ତୁ ଭୟ ଦେଖାଦେଇଛି। ବଡ଼ବିଲ ଓ ବଲବଲିଆ ଗାଁରେ ଗୃହପାଳିତ ପଶୁମାନଙ୍କୁ ଟାର୍ଗେଟ କରୁଛି ଏହି ଅଜଣା ଜନ୍ତୁ। ଗତ ସପ୍ତାହେ ହେବ ଏହି ଅଜଣା ଜନ୍ତୁ ଛେଳି, କୁକୁଡ଼ା,ଗୋରୁ ମାନଙ୍କୁ ଟାର୍ଗେଟ କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରାଇଛି।

ଗତ ରାତିରେ ବଲବଲିଆ ଗାଁରେ ଅଜଣା ଜନ୍ତୁ ବାଛୁରୀକୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ କୁକୁଡ଼ା ପଲାରେ ପଶି ମାରିଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ଅଜଣା ଜନ୍ତୁ ଆକ୍ରମଣରେ କିଛି ଛେଳିଙ୍କର ମୃତ୍ୟୁ ହୋଇଥିଲା।

ଏହି ଅଜଣା ଜନ୍ତୁଟି ସିମ୍ପାଞ୍ଜି ଭଳି ଦେଖାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ବନ ବିଭାଗକୁ ଖବର ଦିଆଯାଇଛି।

ସୂଚନାଥାଉ କି, କିଛିଦିନ ତଳେ ଦେବଗଡ ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଥିଲା। ଅଜଣା ଜନ୍ତୁ ଆକ୍ରମଣରେ ଦେବଗଡ ଜିଲ୍ଲା ବାରକୋଟର ଚକଡିହୀ ଗାଁରେ ୧୨ଟି ଛେଳିଙ୍କର ମୃତ୍ୟୁ ହୋଇଥିବା ବେଳେ୨୫ରୁ ଅଧିକ ଛେଳି ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ଜାନୁଆରୀ ୨ ତାରିଖରେ ଛେଳିପଲ ଫେରୁଥିବା ବେଳେ ହଠାତ୍ ଜଙ୍ଗଲ ମଧ୍ୟରେ ଇତସ୍ତତଃ ଦୌଡିବାକୁ ଲାଗିଥିଲେ। ଏହା ପରଦିନ ଜଙ୍ଗଲରେ ୧୨ଟି ଛେଳି ମରି ପଡିଥିଲେ। ଅନ୍ୟ ତିନିଟି ଛେଳି ଗୁୁରୁତର ଆହତ ହୋଇଥିଲେ।

You might also like