‘ପୁଅ ମୋ ଟଙ୍କାରେ ଅୟସ କରୁ ନଥିଲା, ତା’ର ମାସିକ ଦରମା କୋଟିଏ ଟଙ୍କା’

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଅଡ଼ୁଆରେ ପଡ଼ି ଯାଇଛନ୍ତି IFS ଅଧିକାରୀ ଅଭୟ ପାଠକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଭୟ ପାଠକଙ୍କ ଘର ଚଢାଉ କରିବାସହ ତାଙ୍କ ସମ୍ପତ୍ତିର ଆକଳନ କରୁଛି।

ଆଜି କ୍ୟାପିଟାଲ ହସ୍ପିଟାଲରେ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ହସ୍ପିଟାଲ ଯିବା ବେଳେ ଅଭୟ ପାଠକ କହିଛନ୍ତି, କିଛି ଠକେଇ ହୋଇନି, ସବୁ ଯଥାର୍ଥ ଅଛି। ପୁଅ ମୋ ଟଙ୍କାରେ ଅୟସ କରୁ ନଥିଲା। ତାର ମାସିକ ଦରମା କୋଟିଏ ଟଙ୍କା।

ସେ ବିଭାଗରେ ଥାଇ ଅର୍ଥ ହଡ଼ପ କରିନାହାନ୍ତି ବୋଲି ମଧ୍ୟ ଅଭୟ ପାଠକ କହିଛନ୍ତି।

ଅନ୍ୟପକ୍ଷରେ, ଅଭୟଙ୍କ ପୁଅ ଆକାଶ ଏହି ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯାହା ସବୁ ଆରୋପ ଲଗାଯାଇଛି, ସବୁ ଭୁଲ୍। ପ୍ରତିଶୋଧ ପରାୟଣ ହୋଇ ଏସବୁ କରାଯାଉଛି।କୋର୍ଟରେ ସବୁ ପ୍ରମାଣ ଦେବି।

ପଢ଼ନ୍ତୁ: ‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

You might also like