ଭୁବନେଶ୍ୱର: ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱର କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ପୋଲିସ୍‌ କମିଶନରଙ୍କୁ ଗାର୍ଡ ଅଫ ଅନର୍‌ ଦିଆଯାଇଛି। କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍‌ର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି।

କଟକ ଭୁବନେଶ୍ୱର ଦୈତ ନଗରୀର କମିଶନରଙ୍କ ଗୁରୁ ଦାୟିତ୍ୱ ମୁଁ ଗ୍ରହଣ କରିଛି। ଏହି ଦ୍ୱୈତ ନଗରୀର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ମୁଁ କାମନା କରିବି। କମିଶନର ପୋଲିସ୍‌ ବାବେ ମୋ ଦାୟିତ୍ୱକୁ ପ୍ରତିପାଦନ କରିବି ବୋଲି ମୋର ଦୃଢ ବିଶ୍ୱାସ ରହିଛି। ଯେକୌଣସି ପୋଲିସ୍ ଅଧିକାରୀଙ୍କ ପାଇଁ ମୁଖ୍ୟ ଦାୟିତ୍ୱ ହେଲା- ଆଇନ୍ ପରିସ୍ଥିତି ନିୟନ୍ତ୍ରଣ, ଅପରାଧୀ ଚିହ୍ନଟ। ଏହି ଦୁଇଟି ଦିଗକୁ ମୁଁ ପ୍ରାଥମିକତା ଦେଇ କାମ କରିବି। ଯେତେବେଳେ ଦକ୍ଷ ପୋଲିସ୍‌ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ପଡେ , ସେତେ ଅଧିକ ଚାଲେଞ୍ଜକୁ ସାମନା କରିବାକୁ ପଡେ। ପୂର୍ବତନ କମିଶନରଙ୍କ ଯେଉଁ ଆଜେଣ୍ଡା ଶେଷ ହୋଇନାହିଁ, ତାହା ମୁଁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବି। ଜନସାଧାରଣଙ୍କ ଧନଜୀବନ କମିଶନରେଟ୍‌ ପୋଲିସ୍ ପାଇଁ ବଡ଼ ଦାୟିତ୍ୱ ହେବ। ପ୍ରଭୂଙ୍କ ଆଶୀର୍ବାଦ, କଠୋର ପରିଶ୍ରମ ଓ ଆପଣଙ୍କ ସହଯୋଗରେ ମୋ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବା ପାଇଁ ବଦ୍ଧ ପରିକର।
-ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ୍ କମିଶନର

ଦାୟିତ୍ୱ ନେବା ପରେ ଓଟିଭିକୁ ଏହି ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗତକାଲି କହିଥିଲେ ଯେ, ସରକାର ଏତେ ବଡ଼ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି। ଦାୟିତ୍ୱ ସଂପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି।

ଅନ୍ୟପକ୍ଷେ ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ନିଯୁକ୍ତ ହେବା ପରେ ପଦ ଛାଡ଼ିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । ପୋଲିସ କମିଶନରେ ପଦରେ ରହି ସେବା କରିବାର ସୁଯୋଗ ମିଳିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ତା ସହ କୋଭିଡ୍ ସମୟରେ ଚ୍ୟାଲେଞ୍ଜପୂର୍ଣ୍ଣ ସମୟକୁ ମନେ ପକାଇ ତାହା ତାଙ୍କୁ ସନ୍ତୁଷ୍ଟି ଦେଇଥିବା ଉଲ୍ଲେଖ କରିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣ ନିଗମର ସିଏମ୍‌ଡି ଭାବେ ନୂଆ ନିଯୁକ୍ତି ମିଳିଛି । ସେହିଭଳି ପୋଲିସ ଗୃହ ନିର୍ମାଣ ନିଗମର ସିଏମଡି ଥିବା ୧୯୮୮ ବ୍ୟାଚର ଆଇପିଏସ ଅଫିସର ଏମ୍. ଅକ୍ଷୟଙ୍କୁ ଡିଜି ଫାୟାର ସର୍ଭିସ ଓ ହୋମ୍ ଗାର୍ଡ ଭାବେ ନିଯୁକ୍ତି ମିଳିଛି।

Other Stories