IAS ବିଜୟ କେତନଙ୍କ ଗିରଫଦାରୀକୁ ନେଇ ଏମିତି ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ

ଭୁବନେଶ୍ୱର: ଲାଞ୍ଚ ମାମଲାରେ IAS ବିଜୟକେତନ ଉପାଧ୍ୟାୟଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଲେ ତାଙ୍କ ପତ୍ନୀ ତୁଷିମା। ସେ କହିଛନ୍ତି ତାଙ୍କ ସ୍ୱାମୀଙ୍କୁ ଷଡ଼ଯନ୍ତ୍ର କରି ଫସାଯାଇଛି। ବିଜୟଙ୍କୁ ବେଲ୍ ଦେଲେ ଖରାପ ମେସେଜ୍ ଯିବ ବୋଲି କହିଥିବା ସରକାରୀ ଓକିଲଙ୍କୁ ବି ସେ ଟାର୍ଗେଟ୍‌ କରିଛନ୍ତି।

ଏମିତିକି ବିଜୟଙ୍କ ମାମଲାରେ ଭିଜିଲାନ୍ସ ଉପରେ ବି ଚାପ ଥିବା ତୁଷିମା ଅଭିଯୋଗ ଆଣିଛନ୍ତି। ଏଥିସହ ରାଜ୍ୟରେ IAS ଅଧିକାରୀ ୨ ଗୋଷ୍ଠୀରେ ବିଭକ୍ତ ହୋଇଥିବା କହିବା ସହ ଅଣଓଡ଼ିଆ ଅଫିସର ଭଲ ପଦବୀରେ ରହିଥିବା ସେ ଅଭିଯୋଗ କରିଛନ୍ତି। ସେ ଜଣେ ସରକାରୀ ଡାକ୍ତର ହୋଇଥିବାରୁ ତାଙ୍କୁ ମଧ୍ୟ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇପାରେ ବୋଲି ଭୟରେ କହିଛନ୍ତି ତୁଷିମା। ତେବେ ତୁଷିମାଙ୍କ ଅଭିଯୋଗ ଉପରେ କାହାରି ବି ପ୍ରତିକ୍ରିୟା ମିଳିପାରି ନାହିଁ।

You might also like