• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ‘ତା’ ବାପାମା’ କହିଲେ ବୋଲି ବାହା ହେଲା। ତା’ର କୌଣସି ଇଚ୍ଛା ନଥିଲା। ବିବାହର ୪ ମାସ ପୂର୍ବରୁ ମୋ ସହ କଥା ବି ହୋଇଥିଲା। ବାହା ହେବାପାଇଁ ଇଚ୍ଛା ନାହିଁ ବୋଲି ସେତେବେଳେ କିଛି କହିଲା ନାହିଁ। ହେଲେ ବାହାଘର ପରେ କହିଲା, ଆଇ ନିଡ୍‌ ସମ୍‌ ସ୍ପେଶ୍‌, ଷ୍ଟେ ଆୱେ ଫ୍ରମ୍‌ ମି...’ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା।

ଗତକାଲି ମହିଳା କମିଶନରେ ପାରିବାରିକ ବିବାଦକୁ ନେଇ ମାମଲାର ଶୁଣାଣି ଚାଲିଥିବା ବେଳେ ସ୍ୱାମୀ-ସ୍ତ୍ରୀ ପିଟାପିଟି ହୋଇଥିବା ଦେଖିବାକୁ ମିଳିଥିଲା। କୌଣସି କଥାକୁ ନେଇ ବଚସା ହେବାରୁ ଉଭୟ ପରସ୍ପରକୁ ପିଟିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ପୋଲିସକୁ ଡାକିବାକୁ ପଡ଼ିଥିଲା। ମହିଳା ଜଣକ ନିର୍ଯାତନାର ଶିକାର ଅଭିଯୋଗ ଆଣିଥିବା ବେଳେ ସେପଟେ ସ୍ତ୍ରୀ ମାର୍‌ପିଟ୍ କରୁଥିବା ନେଇ ସ୍ୱାମୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ୨୦୧୬ ମସିହାରେ ସୁରେଶ ବଳଙ୍କ ସହ ଶ୍ରଦ୍ଧାଞ୍ଜଳି ବଳଙ୍କ ବିବାହ ହୋଇଥିଲା। ହେଲେ ବିବାହ ପରଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଡିଷ୍ଟରବାନ୍ସ ଆରମ୍ଭ ହୋଇଯାଇଥିଲା। ଶ୍ରଦ୍ଧାଞ୍ଜଳି ଅଭିଯୋଗ ଆଣିଛନ୍ତି ଯେ, ସ୍ୱାମୀଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରହିଛି। ଏପରିକି ତାଙ୍କ ଭିଣୋଇଙ୍କ ଘରେ ଯେହେତୁ ତାଙ୍କ ପରିବାର ଭଡ଼ାରେ ରହୁଛନ୍ତି, ତେଣୁ ଭିିଣୋଇ ମଧ୍ୟ ତାଙ୍କ ସହ ଖରାପ ବ୍ୟବହାର କରୁଛନ୍ତି। ଏନେଇ ସ୍ୱାମୀଙ୍କୁ କହିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଶ୍ରଦ୍ଧାଞ୍ଜଳି ଅଭିଯୋଗ କରିଛନ୍ତି। ଏନେଇ ମହିଳା କମିଶନରେ ଅଭିଯୋଗ ପରେ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏଥିପାଇଁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସୁରେଶ ଦିନ ଗଡାଇବା ସହ ଟଙ୍କା ଦେବାକୁ ମନା କରି ଦେଇଥିଲେ ବୋଲି ଶ୍ରଦ୍ଧାଞ୍ଜଳି ଅଭିଯୋଗ କରିଛନ୍ତି।

https://youtu.be/lkTCaXkuWZA

ଗତକାଲି ମହିଳା କମିଶନରେ ମାମଲାର ଶୁଣାଣି ଚାଲିଥିବା ବେଳେ ସ୍ୱାମୀ-ସ୍ତ୍ରୀ ପିଟାପିଟି ହୋଇଥିବା ଦେଖିବାକୁ ମିଳିଥିଲା। ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣି ଶ୍ରଦ୍ଧାଞ୍ଜଳି କହିଛନ୍ତି, ‘ଝିଅକୁ ଧରି ମୁଁ ଭୁବନେଶ୍ୱରରେ ଏକାକୀ ରହୁଛି। ସେ ବାହାରେ ରୁହନ୍ତି ଓ ମଝିରେ ମଝିରେ ଆସି ଡିଷ୍ଟରବାନ୍ସ କରୁଛନ୍ତି। ରାତି ୨ଟାରେ କଲ୍‌ କରି ମୋତେ ହଇରାଣ କରୁଛନ୍ତି ଓ ମୋତେ ହୋଟେଲ୍‌କୁ ଡାକୁଛନ୍ତି।’

ମହିଳା ଜଣକ ଆହୁରି କହିଛନ୍ତି, ‘ଆମର ଆରେଞ୍ଜ ମ୍ୟାରେଜ୍‌ ହୋଇଥିଲା। ତା’ ବାପାମା’ କହିଲେ ବୋଲି ସେ ବାହା ହେଲା। ହେଲେ ତା’ର କୌଣସି ଇଚ୍ଛା ନଥିଲା। ବିବାହର ୪ ମାସ ପୂର୍ବରୁ ସେ ମୋ ସହ କଥା ବି ହୋଇଥିଲା। ବାହା ହେବାପାଇଁ ଇଚ୍ଛା ନାହିଁ ବୋଲି ସେତେବେଳେ କିଛି କହିଲା ନାହିଁ। ହେଲେ ବାହାଘର ପରଦିନ କହିଲା, ଆଇ ନିଡ୍‌ ସମ୍‌ ସ୍ପେଶ୍‌, ଷ୍ଟେ ଆୱେ ଫ୍ରମ୍‌ ମି...’। ଏହାପରେ ଆମ ଭିତରେ ଡିଷ୍ଟରବାନ୍ସ ଆରମ୍ଭ ହୋଇଯାଇଥିଲା। ତାଙ୍କ ଭିଣୋଇ ମଧ୍ୟ ମୋତେ ବହୁତ ଖରାପ ମେସେଜ୍ କରନ୍ତି। ଏହି କଥା ତାଙ୍କୁ(ସ୍ୱାମୀ) କହିଲେ ସେ କୁହନ୍ତି ଯେ, ସେ ମଜାକ୍‌ରେ ଏମିତି କରୁଥିବେ। ବାପାମା’ଙ୍କ ଖୁସିରେ ବାହା ହେବୁ, ଆଉ ଜଣଙ୍କୁ ନେଇ ଅଲଗା ଜାଗାରେ ରହିବୁ। ମୋ ବାପାଙ୍କ ନାଁ ଧରିଲେ ବୋଲି ମୁଁ ତାଙ୍କୁ ବାଡ଼େଇଲି।’

ଅପରପକ୍ଷେ, ସୁରେଶ ମଧ୍ୟ ପତ୍ନୀଙ୍କ ବିରୋଧରେ ମାର୍‌ପିଟ୍‌ ଅଭିଯୋଗ ଆଣିଛନ୍ତି। ଥରେ ନୁହେଁ ବାରମ୍ବାର ସ୍ତ୍ରୀ ମାର୍‌ପିଟ୍‌ କରିଥିବା ସୁରେଶ ଅଭିଯୋଗ କରିଛନ୍ତି। ନ୍ୟାୟ ଚାହୁଁଛି ଆଉ କିଛି ନୁହେଁ ବୋଲି ସୁରେଶ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

My-husband-asked-for-space-after-marriage-alleges-woman-at-womens-commission
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories