‘ମୋ ପରିବାର ପ୍ରତି ବିପଦ ରହିଛି’

ଭୁବନେଶ୍ୱର: ପରୀ ହତ୍ୟାକୁ ନେଇ ସେହି ପଞ୍ଚାୟତର ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ବିସ୍ଫୋରକ ବୟାନ। ଅଙ୍ଗ ତସ୍କରୀ ପାଇଁ କୁନି ଝିଅଟିକୁ ହତ୍ୟା କରାଯାଇଛି। ପରୀର ଅଙ୍ଗକୁ ନେଇ କେଉଁ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ତେଣୁ ଏହି ଘଟଣାକୁ ଚାପି ଦେବା ପାଇଁ ଏତେ ବଡ଼ ଉଦ୍ୟମ ହୋଇଛି।

ଏଥିରେ ମୂଳରୁ ଚୂଳ ସମସ୍ତେ ସଂପୃକ୍ତ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ସୌମ୍ୟ। ଏହା ସହିତ ସେ ପଚାରିଛନ୍ତି, ବାବୁଲି ନାୟକକୁ କାହିଁକି ଘଣ୍ଟ ଘୋଡ଼ାଉଛନ୍ତି ମନ୍ତ୍ରୀ ଅରୁଣ ସାହୁ? ନୟାଗଡ଼ ଏସ୍ପି ଓ ପୋଲିସର ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ଏଣେ ନିଜ ପ୍ରତି ଓ ପରିବାର ପ୍ରତି ବିପଦ ଆଶଙ୍କାରେ ସୁରକ୍ଷା ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟ। ମାମଲାରେ ଗୃହ ସଚିବ, ଡିଜିପି, ଜିଲ୍ଲାପାଳ, ଏସ୍‌ପି, IICଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୌମ୍ୟଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ ସୂଚନା ଦେଇଛନ୍ତି।

You might also like