• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ କଟକଣାକୁ ୩ ମାସ ଯାଏ କୋହଳ କରିବା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ।

କମିଶନ କହିଛନ୍ତି, ଆଇନ କୋହଳ ହେବା ପରେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ପୂର୍ବଭଳି ଦୁର୍ଘଟଣାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ଉଲ୍ଲଂଘନକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏହାଦ୍ୱାରା ଦୁର୍ଘଟଣାର ହାର ବଢ଼ିବା ସହ ସାଧାରଣ ସମ୍ପତ୍ତି କ୍ଷତି ଘଟୁଛି ବୋଲି କମିଶନ କହିଛନ୍ତି। ଆଉ ଯଦି  ଏହି ସମୟରେ ଦୁର୍ଘଟଣା ହୁଏ, ଏବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ଓଡ଼ିଶା ମାନବାଧିକାର କମିଶନ।

ଏଥିସହିତ ଆବଶ୍ୟକ କାଗଜପତ୍ର ନଥିବା ଗାଡ଼ି ଦୁର୍ଘଟଣା ଘଟାଇଲେ କ୍ଷତିପୂରଣ କିଏ ଦେବ ଓ ବୋଲି ପ୍ରଶ୍ନ କରିବା ସହିତ ସ୍କୁଲ ପିଲାଙ୍କୁ ବହନ କରୁଥିବା ଗାଡ଼ିର ନିୟମିତ ଚେକିଂ ହେଉଛି କି ନାହିଁ କମିଶନ ଜାଣିବାକୁ ଚାହିଁଛନ୍ତି। ତେବେ ଏ ସମ୍ପର୍କିତ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟିକରଣ ମିଳିପାରି ନାହିଁ।

ନୂଆ ଟ୍ରାଫିକ୍‌ ନିୟମ ପରେ ସାରା ରାଜ୍ୟରେ ଜୋର୍‌ଦାର୍‌ ଧରପଗଡ଼ ଚାଲିଥିଲା। ଗାଡ଼ି ଚାଳକଙ୍କଠାରୁ  ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଥିଲା। ଏଥିପାଇଁ ଜନସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ନିୟମକୁ ୩ ମାସ ପାଇଁ କୋହଳ କରିଥିଲେ। ଆଉ ଏବେ କମିଶନଙ୍କର ଏହି ପ୍ରଶ୍ନ ପରେ କଣ ଉତ୍ତର ଦେବେ ରାଜ୍ୟ ସରକାର, ନିୟମକୁ ପୁଣି କଡ଼ାକଡ଼ି ଲାଗୁ କରିବେ ନା କିଛି ବିକଳ୍ପ ଚିନ୍ତା କରିବେ ତାହା ଦେଖିବା ବାକି ରହିଲା।

https://youtu.be/x7AyEKvokOs

Mv-act-ohrc-questions-odisha-govts-decision-to-relax-norms-for-3-months
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories