ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

ଭୁବନେଶ୍ୱର: ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍‌ ତଳୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଆଜି ଉଦ୍ଧାର ହୋଇଛି। ଖଣ୍ଡଗିରି ପୋଲିସ୍‌ ଏହି ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।

ଘଟଣାସ୍ଥଳରେ ଏକ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ଏହା ହତ୍ୟା ନା ଦୁର୍ଘଟଣା ଜନିତ ମୃତ୍ୟୁ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନଥିବା ବେଳେ ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

You might also like