ଗାଧୋଇବାକୁ ଯାଇଥିଲେ, ଝାମ୍ପି ନେଲା କୁମ୍ଭୀର

ଚି‌‌ତ୍ରକୋଣ୍ଡା: କୁମ୍ଭୀର ନେଲା ନାବାଳକଙ୍କ ଜୀବନ ! ଗାଧୋଇଲା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପ୍ରରାରୀ କଲୋନୀ (ଜଲାସାହି)ରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି।

ମୃତ ନାବାଳକ ହେଲେ ଟେମ୍ପ୍ରରାରୀ କଲୋନୀରେ ରହୁଥିବା ଅର୍ଜୁନ ମାଝୀଙ୍କ ୧୦ ବର୍ଷୀୟ ପୁଅ। ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ଆଜି ସକାଳେ ମୃତ ନାବାଳକଙ୍କୁ ସିଲେରୁ ନଦୀରୁ ଉଦ୍ଧାର କରାଯାଇଥିଲା। ତାଙ୍କର ଗୋଟେ ହାତ ଓ ଗୋଡ଼ ନଥିଲା।

You might also like