ଗରିବଙ୍କ ଆଶାବାଡ଼ି ସାଜିଲେ ଏହି ମୁସଲମାନ ପରିବାର

ଭୁବନେଶ୍ୱର: ଆଜିବି ବଞ୍ଚିରହିଛି ମଣିଷପଣିଆ। କୁହାଯାଏ ମାନବ ସେବା ହିଁ ମାଧବ ସେବା। ସେବା ଜାତି ଓ ଧର୍ମ ଠାରୁ ବହୁ ଉର୍ଦ୍ଧ୍ୱରେ। ଏପରି ଜଣେ ପରିବାର ଯିଏ ଆଜିର ସଂକଟ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି।

ଲକ୍ ଡାଉନ୍ ପାଇଁ ଗରିବ ଲୋକେ ରୋଜଗାର ହରାଇ ଆବଶ୍ୟକ ସାମଗ୍ରୀ କିଣିନପାରି ହଇରାଣ ହେଉଥିବାବେଳେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଜଣେ ମୁସଲମାନ ପରିବାର।

ନବରଙ୍ଗପୁର ସହରର ଭାଟିଶାଳାଗୁଡା ସାହିରେ ରହୁଥିବା ମହମ୍ମଦ ରଫି ଓ ତାଙ୍କ ପରିବାର ଗଲା ୧୦ ଦିନ ହେଲା ଗରିବ ଦିନ ମଜୁରିଆଙ୍କୁ ଚଳିବା ପାଇଁ ଡାଲି ଚାଉଳ, ଆଳୁ ପିଆଜ, ସାବୁନ ଭଳି ଆବଶ୍ୟକ ସାମଗ୍ରୀ ବାଣ୍ଟୁଛନ୍ତି। ଏହା କେବଳ ସାହାଯ୍ୟ ନୁହେଁ, ବରଂ ଭାଇଚାରାର ବଳିଷ୍ଠ ଉଦାହରଣ ଦେଖାଇଛନ୍ତି ଏହି ପରିବାର।

You might also like