ବଞ୍ଚିଯିବା ଭୟରେ ଝିଅର ମୁଣ୍ଡକୁ ଇଟାରେ ଛେଚିଲେ

ବ୍ରହ୍ମପୁର: ଏକ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାଞ୍ଚଲ୍ୟକର ଖୁଲାସା କରିଛି ବ୍ରହ୍ମପୁର ପୋଲିସ। ଗଞ୍ଜାମ ଜିଲ୍ଲାର ସୋରଳରେ ଏହି ଘଟଣା ଘଟିଥିଲା।   ଜଣ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ହୋଇଛି। ପୋଲିସ କହିବା ଅନୁସାରେ, ଅଭିଯୁକ୍ତମାନେ ନାବାଳିକାକୁ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ। ତା ପରେ ତାକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ ପୀଡ଼ିତାର ମୁଣ୍ଡ, ମୁହଁ, ନାକ, କାନକୁ ଭଙ୍ଗା ଇଟାରେ ପିଟିଥିଲେ। ଏଥିରେ ତାର ଦାନ୍ତ ବି ଭାଙ୍ଗି ଯାଇଥିଲା।

ପରେ ଧାରୁଆ ଅସ୍ତ୍ରରେ ପୀଡ଼ିତାର ବେକ କାଟି ଦେଇଥିଲେ। ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟ ସହିତ ଆହୁରି କଡ଼ା ଧାରା ସବୁ ଲଗାଯାଇଛି। ରକ୍ତଲଗା ଭଙ୍ଗା ଇଟା ଓ ଧରୁଆ ଅସ୍ତ୍ର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ସେହି ନାବାଳିକାର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ନାବାଳିକା ଝିଅକୁ ଦୁଷ୍କର୍ମ କରାଯାଇଛି। ଏହା ସହିତ ଝିଅଟିକୁ ମାଡ଼ ମାରିଥିଲେ। ଫଳରେ ମୁର୍ମୂଷୁ ଅବସ୍ଥାରେ ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିରେ ସମ୍ପୃକ୍ତି ଥିବା ୨ ଅଭିଯୁକ୍ତଙ୍କୁ ଆମେ ଧରିଛୁ। ସେହି ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ପିନାକ ମିଶ୍ର, ବ୍ରହ୍ମପୁର ଏସ୍‌ପି

ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର ରାଜ୍ୟରେ ଥମୁନି। ବ୍ରହ୍ମପୁର ନିକଟ ସୋରଳରେ ଜଣେ ୮ ବର୍ଷର କୁନି ଝିଅ ପ୍ରତି ଯାହା ହୋଇଛି, ତାହା ସବୁ ନୃଶଂସତାର ସୀମା ଟପିଯାଇଛି। କୁନି ଝିଅର ଗଳାକାଟି ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଥିଲେ। କଟକ ବଡ ମେଡିକାଲରେ କଅଁଳ ଶିଶୁଟି ଏବେ ଜୀବନ ସହ ସଂଘର୍ଷ କରୁଛି।

କେବଳ ଗଂଜାମ ନୁହେଁ। ବାଲେଶ୍ୱର ଜିଲ୍ଲାରେ ବି ଜଣେ କୁନି ଝିଅ ପାଶବିକ ଅତ୍ୟାଚାର ଶିକାର ହୋଇଛି। ଏହି ଘଟଣା ଖଇରା ବ୍ଳକ ଅର୍ଜୁନପୁରରେ ଘଟିଛି। ଏଠି ଜଣେ ୮ ବର୍ଷର କୁନି ଝିଅକୁ ଚକୋଲେଟ୍ ଲୋଭ ଦେଖାଇ ଅଭିଯୁକ୍ତ ଘରୁ ଡାକିନେଇଥିଲା । ପାଖ ଗାଁ ପତିରାଜପୁରରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଗାଁଲୋକଙ୍କ ହାତରେ ଧରାପଡିଥିଲା। ଲୋକେ ସଂପୃକ୍ତ ଯୁବକକୁ ନିସ୍ତୁକ ମାଡ ମାରିବା ପରେ ପୋଲିସ ଜିମା ଦେଇଥିଲେ।

You might also like