ଆର୍ଥିକ ନେଣଦେଣକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଗଞ୍ଜାମ: ପୂର୍ବ ଶତ୍ରୁତା ଓ ଆର୍ଥିକ ନେଣଦେଣକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ଟାଙ୍ଗିଆ ଚୋଟରେ ହାଣିବା ପରେ ଫେରାର ହୋଇଯାଇଛି ଆକ୍ରମଣକାରୀ। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଗୋଳିଆ ଗାଁରେ। ଗତକାଲି ରାତି ୯ଟାରେ ଗାଁ କୋଠଘର ବାରଣ୍ଡାରେ ବସିଥିଲେ ସେହି ଗାଁର ମୀନକେତନ ସାମଲ୍‌। କେହି କିଛି ବୁଝିବା ଆଗରୁ ରାମ ଦଳେଇ ନାମକ ଜଣେ ବ୍ୟକ୍ତି ଆସି ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିଛି।

 

You might also like