ଗଜପତି: ଗୁଣି ଗାରେଡ଼ି ସନ୍ଦେହରେ ବାପା ଓ ପୁଅକୁ ହତ୍ୟା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଞ୍ଚାୟତ ମୁଠାଗୁଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ଗାଁର କିଛି ଲୋକ ଗତକାଲି ବିଳମ୍ବିତ ରାତିରେ ବାପା ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଲ ମଧ୍ୟରୁ ବାପାର ମୃତଦେହ ମିଳିଥିବା ବେଳେ ଓ ଘର ଭିତରୁ ପୁଅର ମୃୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଗାଁର କିଛି ଲୋକ ଗାଁରେ ମିଟିଂ କରି ବାପ ପୁଅକୁ ନିକଟ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ବାପ ପୁଅ ଦୁହିଁଙ୍କୁ ନିର୍ଦ୍ଧୁମ ପିଟିଥିବା ନେଇ ପରିବାର ଲୋକେ କହିଛନ୍ତି।

ପରେ ପୁଅ ସେଠାରୁ ଖସି ଆସିଥିଲା, ରାତିରେ ଘର ଭିତରୁ ତାର ମୃତ ଦେହ ଉଦ୍ଧାର ହୋଇଛି। ସେପଟେ ଗାଁ ନିକଟକୁ ବିଲରୁ ବାପାର ମୃତଦେହ ଉଦ୍ଧାର ହୋଇଛି। ଏ ନେଇ ଖବର ପାଇବା ପରେ ଅଡବା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଆର. ଉଦୟଗିରି ଏସ୍.ଡିପିଓଙ୍କ ସହ ପୋଲିସ ଘଟଣାସ୍ଥଳକୁ ଯାଇ ଛାନବିନ ଆରମ୍ଭ କରିଛି।

Other Stories