ମା’ଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା

ରେଢାଖୋଲ: ମଦ ନିଶାରେ ମଣିଷକୁ ରାକ୍ଷସ ପାଲଟିଯାଏ।  ହଜିଯାଏ ମଣିଷ ପଣିଆ। ଭୁଲିଯାଏ ସ଼ମ୍ପର୍କର ମୋହ।  ମଦ ନିଶାରେ କିପରି ପୁଅ ନିଜର ବୁଢୀ ମା’କୁ ପିଟି ପିଟି ହତ୍ୟା କରିଛି ତାହାର ଉଦାହରଣ ଦେଖିବାକୁ ମିଳିଛି  ଅନୁଗୁଳ ଜିଲ୍ଲାରେ।

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା,ଉଷକାପାଲୀ ପଞ୍ଚାୟତର ସାହାଜଵାହାଳ ଗାଁରେ ଗତ କାଲି ରାତିରେ ସାନ ପୁଅ ଆର୍ତ୍ତତ୍ରାଣ ବେହେରା ମଦ ପିଇ ଘରକୁ ଫେରିଥିଲେ।  କୌଣସି କାରଣରୁ  ନିଜ ମାଁ ଅନ୍ନପୂର୍ଣ୍ଣା ବେହେରା (୭୦ ବର୍ଷ)ଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଉତ୍ତ୍ୟକ୍ତ ଆର୍ତ୍ତତ୍ରାଣ ମଦ ନିଶାରେ ହିତାହିତ ଜ୍ଞାନ ଭୁଲି ବୁଢୀ ମା’କୁ ଏକ ଠେଙ୍ଗାରେ  ପିଟିଥିଲେ। କଷ୍ଟ ହେଉଥିଲେ ବି ନିର୍ଦ୍ଦୟ ପୁଅକୁ ବିରୋଧ କରିବା ପାଇଁ ତାଙ୍କ ପାଖରେ ଶକ୍ତି ନ ଥିଲା।

ମା’ ରକ୍ତାକ୍ତ ହୋଇଯିବା ଦେଖି ଆର୍ତ୍ତତ୍ରାଣ ଫେରାର ହୋଇଯାଇଥିଲେ।  ପରିବାରର ଅନ୍ୟ ସଦସ୍ୟମାନେ ଅନ୍ନପୂର୍ଣ୍ଣାଙ୍କୁ ଗୁରୁତର ଅବସ୍ଥାରେ ରେଢ଼ାଖୋଲ ମେଡିକାଲରେ ଭର୍ତି କରିଥିଲେ। ଚିକିତ୍ସା ଚାଲୁଥିବା ସମୟରେ  ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

You might also like