ପାରିବାରିକ କଳହରୁ ହତ୍ୟା ସନ୍ଦେହ

ବାଲେଶ୍ୱର : ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସାହାଦା ଗୁଣ୍ଠୁଣାପଦା ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ହେଲେ ସୁମିତ୍ରା କମିଳା। ଅାଜି ସକାଳେ ଅଜୟ କମିଳା ସ୍ତ୍ରୀ ସୁମିତ୍ରାଙ୍କୁ ଠେଙ୍ଗାରେ ପିଟି ମାରି ଦେଇଥିଲା। ଏହା ପରେ ପଡିଶା ଲୋକେ ଅଜୟକୁ ନିର୍ଧୁମ ଛେଚିଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଜୟକୁ ଉଦ୍ଧାର କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ପରେ ମୃତଦେହର ପୋଷ୍ଟ ମର୍ଟମ କରାଯିବ। ହେଲେ ହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ ପାରିବାରିକ କଳହ ଯୋଗୁଁ ଏଭଳି କାଣ୍ଡ ଭିଅାଇଥିବା ଜଣାପଡିଛି।

You might also like