ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ

ମାଟିତଳୁ ଗଳିତ ମୃତଦେହ ଉଦ୍ଧାର, ପୁଲିସ ତଦନ୍ତ ଜାରି

ମୟୁରଭଂଜ : ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ମୟୁରଭଂଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧର ନଗର ପଠାଣପକ୍କା ଗାଁରୁ ଅାସିଛି ଏଭଳି ଅଭିଯୋଗ। ମୃତକ ହେଲେ ଚାମା ସିଜୋଇ। ଗତ ୧୭ ତାରିଖରେ ସେ ହାଟକୁ ବ୍ୟବସାୟ ପାଇଁ ଅାସିଥିଲେ। ତା ପରଠାରୁ ସେ ଘରକୁ ଫେରିନଥିଲେ। ଏହାକୁ ନେଇ ଚାମାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ।

ପୁଲିସ ତଦନ୍ତ ବେଳେ ଚାମାକୁ ତାର ସାଙ୍ଗମାନେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାସ ଖେଳକୁ ନେଇ ୪୦ ଟଙ୍କା ବାଜି ଲାଗିଥିଲା। ଏହି ୪୦ ଟଙ୍କା ନଦେବାରୁ ଚାମାଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।  ଏହାସହ ହତ୍ୟାପରେ ଚାମାକୁ ପୋତାଯାଇଥିବା ଜଙ୍ଗଲକୁ ଯାଇ ଶବ ଉଦ୍ଧାର କରିଛି ପୁଲିସ।

ଏହି ଘଟଣାରେ ଅାଉ ଦୁଇଜଣ ସଂପୃକ୍ତ ଥିବା ପୁଲିସକୁ କହିଛି ଅଭିଯୁକ୍ତ।

You might also like