ପୁଅକୁ ପିଟି ପିଟି ହତ୍ୟା କଲେ ବାପା

ଉମରକୋଟ: ଯେଉଁ ପୁଅର ହାତ ଧରି ଦିନେ ଚାଲି ଶିଖାଇ ଥିଲେ ସେଇ ପୁଅକୁ ପିଟି ପିଟି ହତ୍ୟା କରିଦେଲା ବାପା। ଏଭଳି  ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ।

ରାଇଘର ଥାନା ସରଗୁଲି ଗାଁର ଅମଲ ବସୁ। ୧୦ ବର୍ଷ ତଳେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହି ଅପରାଧରେ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା। ପରେ ଦ୍ୱିତୀୟ ବିବାହ କରି କୁମୁଲି ଛକରେ ପରିବାର ସହ ରହୁଥିଲେ। ୨ୟ ପତ୍ନୀଙ୍କ ପୁଅ ଅସିତ୍‌ ଓ ବିଶ୍ୱଜିତ୍‌ଙ୍କ ସହ ଅମଲୁଙ୍କର ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ ଲାଗିଥିଲା।

ଗତକାଲି ବାପା-ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ଅମଲ ପୁଅ ଅସିତ୍‌କୁ ପିଟି ପିଟି ମାରି ଦେଇଥିଲେ। ପୁଅକୁ ହତ୍ୟା କରିବା ପରେ ଅମଲ ଫେରାର ହୋଇଯାଇଥିଲେ। ଏ ନେଇ ଅମଲଙ୍କ ଅନ୍ୟ ୪ ପୁଅ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସରଗୁଲି ଗାଁରୁ ବାପ ଅମଲକୁ ଗିରଫ କରିଛି।

You might also like