ଏସଅାଇଙ୍କ ଧମକପୂର୍ଣ୍ଣ କଲ ଯୋଗୁଁ ଅାତ୍ମହତ୍ୟା ଅଭିଯୋଗ

କନ୍ଧମାଳ  : ପୁଲିସ ଏସଅାଇଙ୍କ ଧମକପୂର୍ଣ୍ଣ କଲ ପାଇବାପରେ ଭୟରେ ଜଣେ ବ୍ୟକ୍ତି ବିଷପିଇ ଅାତ୍ମହତ୍ୟା କରିଥିବା ଅଭିଯୋଗ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଅା ଥାନା ଅନ୍ତର୍ଗତ ସଖୀପଡ଼ା ଗ୍ରାମରୁ ଅାସିଛି ଏଭଳି ଅଭିଯୋଗ। ମୃତ ଉତ୍ସବ ନାୟକଙ୍କ ପୁଅ କହିବା ଅନୁସାରେ ତାଙ୍କ ବାପା ଓ ମାଅାଙ୍କ ମଧ୍ୟରେ କଳି ଲାଗିଥିଲା। ଏହାର ସମାଧାନ କରିବାକୁ ସେମାନେ କିଛି ଲୋକଙ୍କ ସହ ଫିରିଙ୍ଗିଅା ଥାନାକୁ ଯାଇଥିଲେ। ହେଲେ ସେଠାରେ କିଛି ସମାଧାନ ହୋଇନଥିଲା।

ସେଠାରୁ ତାଙ୍କ ମାଅା ତାଙ୍କ ବାପା ଘରକୁ ଚାଲି ଯାଇଥିଲେ। ହେଲେ ସ୍ତ୍ରୀଙ୍କ ଠାରେ କିଛି ଟଙ୍କା ରହିଯାଇଥିବାରୁ ଉତ୍ସବ ତାକୁ ମାଗିବାକୁ ଯାଇଥିଲେ। ଏ ନେଇ ତାଙ୍କ ସ୍ତ୍ରୀ ଏସ୍‌ଅାଇଙ୍କୁ ଖବର ଦେବାରୁ ପୁଲିସ୍‌ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିବା ଅଭିଯୋଗ ହୋଇଛି। ଏନେଇ ଫୋନ୍‌ କଲ ପ୍ରମାଣ ସହ ପୁଅ କନ୍ଧମାଳ ଏସପିଙ୍କୁ ଭେଟିଛନ୍ତି।

ତେବେ ଏସ୍‌ପି ପାରିବାରିକ କଳହରୁ ଉତ୍ସବ ଅାତ୍ମହତ୍ୟା କରିଥିବା କହିଛନ୍ତି। ତଥାପି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

You might also like