ପୌର ସଂଶୋଧନ ବିଲ୍ ପାରିତ

ଏଣିକି ପୌର ପରିଷଦ ଅଧ୍ୟକ୍ଷ ପ୍ରତ୍ୟେକ୍ଷ ଭାବେ ନିର୍ବାଚିତ ହେବେ

ଭୁବନେଶ୍ୱର: ଏଣିକି ମହାନଗର ନିଗରର ମେୟର, ମୁନସିପାଲଟି ଓ ଏନ୍ଏସିର ଅଧ୍ୟକ୍ଷ ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହେବେ। ସେମାନଙ୍କୁ ସାଧାରଣ ଭୋଟର ଭୋଟ ଦେଇ ସିଧାସଳଖ ଭାବେ ବାଛିବେ। ଏ ସଂପର୍କିତ ଆଇନ ବିଧାନସଭାରେ ଅନୁମୋଦନ ଲାଭ କରିଛି।

ଗୃହରେ ପାରିତ ହୋଇଛି ଓଡ଼ିଶା ପୌର ସଂଶୋଧନ ବିଲ୍-୨୦୧୮ ଏବଂ ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍  ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଏହି ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ଆଇନ ଅନୁସାରେ କୁଷ୍ଠରୋଗୀ ମଧ୍ୟ ପୌର ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରିବେ ବୋଲି ବ୍ୟବସ୍ଥା ରହିଛି।  ଆଗରୁ ମେୟର ଓ ପୌରପାଳ ପରୋକ୍ଷ ଭୋଟରେ ନିର୍ବାଚିତ ହେଉଥିଲେ। ଅର୍ଥାତ ମହାନଗର ନିଗମର କର୍ପୋରେଟର ଓ ମୁନସିପାଲଟିର କାଉନସିଲର ମେୟର ବା ମୁନସିପାଲଟିର ଅଧ୍ୟକ୍ଷଙ୍କୁ ବାଛୁଥିଲେ।

You might also like