ମୁମ୍ବାଇରୁ ଚୋରି କରିଥିବା ଚୋର ବାଲେଶ୍ୱରରେ ଗିରଫ

ସୋରୋ(ଶଶିକାନ୍ତ ବେହେରା): ମୁମ୍ବାଇରୁ ଚୋରି କରି ପଳାଇ ଆସିଥିବା ଯୁବକ ବାଲେଶ୍ୱରରେ ଗିରଫ। ବାଲେଶ୍ୱର ଖଇରା ଥାନା ଗଣ୍ଡୁଆ ଗାଁର ମାନସ ନାମରେ ଜଣେ ଯୁବକ ଗତ କିଛି ବର୍ଷ ଧରି ମୁମ୍ବାଇ ଦାଦର ଥାନା ଅଞ୍ଚଳରେ ଜଣଙ୍କ ଘରେ ରହି କାମ କରୁଥିଲା। ତେବେ ମାନସ ମାଲିକଙ୍କ ସହ ବିଶ୍ୱାସଘାତକତା କରି ତାଙ୍କ ଘରୁ ୧ କିଲୋ ରୁପା ଓ ସୁନା ସହିତ ୫୦ ହଜାର ଟଙ୍କା ଚୋରି କରିଥିଲା।

ଚୋରି କରି ମାନସ ମୁମ୍ବାଇରୁ ବାଲେଶ୍ୱରସ୍ଥିତ ନିଜ ଘରକୁ ପଳାଇ ଆସିଥିଲା। ଏହାପରେ ମୁମ୍ବାଇ ପୁଲିସ୍, ସୋର ପୁଲିସ୍ ସହାୟତାରେ ମାନସକୁ ଗିରଫ କରିଛି।

You might also like