ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ, ୫ ଯାତ୍ରୀ ଗୁରୁତର

କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ୍ ହୋଇଛି। ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲାଇନ୍‌ଚ୍ୟୁତ ହୋଇଛି।

ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।ଗୁରୁତର ୫ଜଣଙ୍କ ମଧ୍ୟରୁ ୪ଜଣ ଯାତ୍ରୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ଜିତେନ୍ଦ୍ର ପାଢୀ, ପୂର୍ଣ୍ଣଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ବେହେରା ଓ ଅଶ୍ୱିନୀ କୁମାର ଲେଙ୍କା।

କୁହୁଡ଼ି ଯୋଗୁ ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇ ଏହି ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି।

ଟ୍ରେନ୍ ଲାଇନ୍‌ଚ୍ୟୁତ ନେଇ ରେଲ୍‌ୱେକୁ କିଛି ଯାତ୍ରୀ ଟ୍ୱିଟ୍‌ କରି ଜଣାଇଛନ୍ତି। ଯାହାକୁ ନେଇ ରେଳ ବିଭାଗ ଏହାର ଉତ୍ତର ରଖିଛି।  ଖୁବ୍ ଶୀଘ୍ର ଉଦ୍ଧାର କାର୍ଯ୍ୟ ହେବ ବୋଲି ରେଲ୍‌ୱେ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

You might also like