ଭୁବନେଶ୍ୱର : ଅାଜି ପବିତ୍ର ମହରମ୍। ଏହା ହେଉଛି ମୁସଲମାନଙ୍କ ଏକ ପ୍ରମୁଖ ପର୍ବ। କର୍ବଲା ଯୁଦ୍ଧକୁ ମନେପକାଇ ମହରମ୍ ପାଳନ କରାଯାଏ। ଏହି ଯୁଦ୍ଧରେ ମହାପୁରୁଷ ମହମ୍ମଦଙ୍କ ନାତି ଇମାମ ହୁସେନ ଅଲିଙ୍କ ମୃତ୍ୟୁ ହୋଇଥିଲା।
ଇରାକ ରାଜଧାନୀ ବାଗଦାଦ୍ ନିକଟରେ ଏହି ଯୁଦ୍ଧ ହୋଇଥିଲା। ହୁସେନ ଅଲିଙ୍କ ବଳିଦାନକୁ ମନେପକାଇ ମହରମ୍ ପାଳନ କରାଯାଇଥାଏ। ଏହି ସମୟରେ ମଧ୍ୟ ମହାପୁରୁଷ ମହମ୍ମଦ ମକ୍କାରୁ ମଦିନାକୁ ଅାସିଥିଲେ। ଏହାକୁ ହିଜ୍ରା କୁହାଯାଇଥାଏ।
ମୁସଲମାନଙ୍କ ଅନୁସାରେ ଅାଜିଠାରୁ ହିଜ୍ରା କ୍ୟାଲେଣ୍ଡର ବା ନୂଅା ବର୍ଷ ଅାରମ୍ଭ ହୋଇଥାଏ। ଭଦ୍ରକରେ ମଧ୍ୟ ମହରମ୍ ପାଳିତ ହୋଇଛି। ତେବେ ପ୍ରଶାସନର କଟକଣା ଯୋଗୁଁ ଅାଜି ବାହାରିବନି କାଫେଲା ଶୋଭାଯାତ୍ରା। କୌଣସି ଧର୍ମସଭା ମଧ୍ୟ ହେବ ନାହିଁ।
ସେପଟେ ସମ୍ବଲପୁରରେ ମଧ୍ୟ ମହରମ୍ ପାଳନ କରାଯାଉଛି । ଏଠାକାର ଏକ ବିଶେଷତ୍ୱ ହେଲା ହିନ୍ଦୁମାନେ ଏଠାରେ ତାଜିଅା ଶୋଭାଯାତ୍ରା ବାହାର କରିଥାନ୍ତି । ଏହା ହେଉଛି ହିନ୍ଦୁ ମୁସଲିମ ମଧ୍ୟରେ ଥିବା ସଦ୍ଭାବର ନିଦର୍ଶନ।
https://youtu.be/FSmY34Ho1Ao