କ୍ୱାରେଣ୍ଟିନ୍‌ ସେଣ୍ଟରର ଅବ୍ୟବସ୍ଥା ଦେଖି ସାଂସଦ ପ୍ରମିଳା ବିଶୋଇଙ୍କ ଅସନ୍ତୋଷ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରେ ସାଂସଦ ପ୍ରମିଳା ବିଶୋଇଙ୍କ ଉଦବେଗ। କ୍ୱାରେଣ୍ଟିନ ସେଣ୍ଟରଗୁଡ଼ିକରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ କରି ଏସବୁର ପରିଚାଳନା କାର୍ଯ୍ୟରେ ଲୋକପ୍ରତିନିଧିଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ଆସିକା ସାଂସଦ ପ୍ରମିଳା ବିଶୋୟୀ। ଏନେଇ ଜିଲ୍ଲାପାଳଙ୍କୁ ସେ ଏକ ଚିଠି ଲେଖିଛନ୍ତି।

ଏଥିରେ ସାଂସଦ ଦର୍ଶାଇଛନ୍ତି ଯେ, ପଞ୍ଚାୟତଗୁଡ଼ିକରେ ଥିବା କ୍ୱାରେଣ୍ଟିନ ସେଣ୍ଟରରେ ପର୍ଯ୍ୟାପ୍ତ ଲୋକଙ୍କୁ ରଖିବା ପାଇଁ ସୁବିଧା ନାହିଁ। ପ୍ରବାସୀଙ୍କ ଆଗମନ ବଢୁଥିବାରୁ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି।

ସେହିପରି କ୍ୱାରେଣ୍ଟିନରେ ପାଇଖାନା, ପରିମଳ ବ୍ୟବସ୍ଥା ଯଥେଷ୍ଟ ମାତ୍ରାରେ ନଥିବାବେଳେ ତୁରନ୍ତ ସ୍କୁଲଗୁଡ଼ିକରେ ଅସ୍ଥାୟୀ ପାଇଖାନା ବ୍ୟବସ୍ଥା କରିବାକୁ ଦାବି ଉଠାଇଛନ୍ତି ସାଂସଦ ପ୍ରମିଳା ବିଶୋଇ।

ସେହିପରି ଉଚିତ ପରିଚାଳନା ପାଇଁ ୱାର୍ଡମେମ୍ବରମାନଙ୍କୁ ନିୟୋଜିତ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ସୁରକ୍ଷା ବଢ଼ାଇବାକୁ ଆସିକା ସାଂସଦ ଦାବି କରି ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି।

ସେହିପରି କରୋନା ମୁକାବିଲାରେ ବିଧାୟକଙ୍କୁ ପ୍ରଶାସନ ଯେ ଉପେକ୍ଷା କରୁଛି ତାର ପ୍ରମାଣ ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ ବିଧାୟକଙ୍କୁ ବିଶ୍ୱାସକୁ ନେଇ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ପ୍ରଦୀପ।

You might also like