ଅାଗୁଅା ନିର୍ବାଚନ ସପକ୍ଷରେ ବିଜେଡି, ନିର୍ବାଚନ କମିଶନଙ୍କୁ ଭେଟିଲେ ପିନାକୀ

ଭୁବନେଶ୍ୱର: ଓଡ଼ିଶାରେ ବି ହୋଇପାରେ ଅାଗୁଅା ନିର୍ବାଚନ। ଅାଜି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟି ଅାଲୋଚନା କରିଛି ବିଜେଡି। ଦଳ ପକ୍ଷରୁ ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନଙ୍କୁ ଭେଟି ଏ ନେଇ ଅାଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କୁ ଭେଟି ଫେରିବା ପରେ ପିନାକୀ ମିଶ୍ର କହିଛନ୍ତି, ଅାଗୁଅା ନିର୍ବାଚନ ପାଇଁ କେନ୍ଦ୍ର ଯୋଜନା କରୁଛି। ଯଦି ଅାଗୁଅା ନିର୍ବାଚନ ହୁଏ, ଓଡ଼ିଶାକୁ ତା’ ସହ ସାମିଲ କରାଯାଉ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ପିନାକୀ କହିଛନ୍ତି, ଏକାଠି ନିର୍ବାଚନ ହେଲେ ପ୍ରାୟ ୧ ହଜାର କୋଟି ଖର୍ଚ୍ଚ ବଞ୍ଚିଯିବ। ଅାଚରଣ ବିଧି ଲାଗୁ ଦ୍ୱାରା ଅନେକ ଉନୟନମୂଳକ କାର୍ଯ୍ୟରେ ବାଧା ଉପୁଜିଥାଏ। ଏକାଠି ନିର୍ବାଚନ ହେଲେ ଅାଚରଣ ବିଧି ଅବଧି ଦୀର୍ଘ ହେବନି। ନିର୍ବାଚନ କମିଶନ ଗୁରୁତ୍ୱର ସହ ଅାମ କଥା ଶୁଣିଛନ୍ତି ବୋଲି ପିନାକୀ କହିଛନ୍ତି।

 

 

 

You might also like